ରାହୁଲ ଗାନ୍ଧୀ ଲଞ୍ଚ କଲେ ଗ୍ୟାରେଣ୍ଟି କାର୍ଡ, କ’ଣ ରହିଛି ଏହି କାର୍ଡର ସୁବିଧା ଜାଣନ୍ତୁ

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ ସ୍ତରରେ ନେତାମାନେ ନିୟମିତ ବ୍ୟବଧାନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗତ ବୁଧବାର ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟବାସୀଙ୍କ ଉପରେ ପ୍ରତିଶ୍ରୁତିର ବର୍ଷା କରିଛନ୍ତି । ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଞ୍ଚ ଗ୍ୟାରେଣ୍ଟି କାର୍ଡ଼ କରିଛନ୍ତି।

ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିଲେ ଗ୍ୟାରେଣ୍ଟି କାର୍ଡ଼ରେ ଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରାଯିବ। ତେବେ ଏହି ପ୍ରତିଶ୍ରୁତି ପାଳନ ହେଲେ ତାହା ଏକ ଅଭୂତପୂର୍ବ ପଦକ୍ଷେପ ହେବ, ଯାହା ଦେଶର ଅନ୍ୟ କୌଣସି ରାଜ୍ୟରେ ହୋଇନାହିଁ । ସୂଚନାଯୋଗ୍ୟ ଗ୍ୟାରେଣ୍ଟି କାର୍ଡ଼ ବିଷୟରେ ଲୋକଙ୍କୁ ବୁଝାଇବା ପାଇଁ କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତା ଲୋକଙ୍କ ପାଖରେ ପହଞ୍ଚିବେ ।

ମୁଖ୍ୟତଃ ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ ହୋଇଛି ଏହି ଗ୍ୟାରେଣ୍ଟଣ୍ଟି କାର୍ଡ଼ । ଗ୍ୟାରେଣ୍ଟି କାର୍ଡ଼ରେ ଚାଷୀଙ୍କ ପାଇଁ ଟାଗଲାଇନ୍‌ ରହିଛି । ଯେଉଁଠି ଲେଖାଯାଇଛି ‘ଚାଷ ମୋର ଦେଶ ମୋର’ । ସରାକର ଗଢ଼ିବାର ପ୍ରଥମ଼ ଦିନ ହିଁ ଚାଷୀଙ୍କ ଋଣ ଛାଡ଼ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହାସହ ଚାଷୀଙ୍କୁ ବୋନସ ଓ ବିହନ ମଧ୍ୟ ପ୍ରଦାନ କରାଯିବ ।

ସେହିପରି ଗ୍ୟାରେଣ୍ଟି କାର୍ଡ଼ରେ ଯୁବକଙ୍କ ପାଇଁ ଟାଗଲାଇନ୍‌ ରହିଛି ‘ରୋଜଗାର ମୋର ଅଧିକାର’ । ଆଉ ଏଥିରେ ପ୍ରତିଶ୍ରୁତି ଦିଆଯାଇଛି ସରକାର ଗଢ଼ିଲେ ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ଚାକରି ଦିଆଯିବ । ସମସ୍ତଙ୍କୁ ସର୍ବନିମ୍ନ ଆୟ ଆୟ ଓ ସମସ୍ତ ଚୁକ୍ତି ଭିତ୍ତିକ କମଚାରୀଙ୍କୁ ନିୟମିତ କରାଯିବ ବୋଲି କୁହାଯାଇଛି।

ମହିଳାଙ୍କ ପାଇଁ ମଧ୍ୟ ଗ୍ୟାରେଣ୍ଟି କାର୍ଡ଼ରେ ଟାଗଲାଇନ୍‌ ରହିଛି ‘ଶିକ୍ଷା, ସୁରକ୍ଷା, ସମ୍ମାନ’ । ଝିଅଙ୍କୁ ଉଚ୍ଚଶିକ୍ଷା, ବିବାହ ଓ ସବୁ ଘରକୁ ପାଣି ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏବଂ ସମସ୍ତ ପଂଚାୟତ ଅଫିସରେ ଜଣେ ଜଣେ ମହିଳା ସିକ୍ୟୁରିଟି ଅଫସିର ନିୟୋଜିତ ହେବେ ବୋଲି ମଧ୍ୟ କୁହାଯାଇଛି ।

ସମ୍ବନ୍ଧିତ ଖବର