ତଦନ୍ତକାରୀ ସଂସ୍ଥା ଉପରେ ରାହୁଲ ଚାପ ପକାଇବା ଦୁର୍ଭାଗ୍ୟଜନକ: ବିଜେପି

ଭୁବନେଶ୍ୱର : ନ୍ୟାସନାଲ ହେରାଲ୍ଡ ମାମଲାରେ ଜାମିନରେ ଥିବା ରାହୁଲ ଗାନ୍ଧି ତଦନ୍ତକାରୀ ସଂସ୍ଥା ଉପରେ ରାଜନୈତିକ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ଦିଲ୍ଲୀରେ ନେତାଙ୍କୁ ଏକାଠି କରିବା ଏବଂ ତଦନ୍ତକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ବୋଲି ରାଜ୍ୟ ବିଜେପିର ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି।

ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ‌ସେ କହିଛନ୍ତି ଯେ କଂଗ୍ରେସ ଦଳ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର। ଗାନ୍ଧୀ ପରିବାରର ଦୁର୍ନୀତିକୁ ଲୁଚାଇବା ଉଦ୍ଦେଶ୍ୟରେ ରାଜଧାନୀକୁ କଂଗ୍ରେସ ନେତାଙ୍କ ଦ୍ୱାରା ଘେରାବନ୍ଦୀ କରି ସାଧାରଣ ଜନତାଙ୍କୁ ହଇରାଣ କରିବା ସହିତ ଧାରଣା ପ୍ରଦର୍ଶନ କରି ନ୍ୟାୟିକ ବ୍ୟବସ୍ଥା ଓ ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର