ଭୁବନେଶ୍ବର: ଆସନ୍ତା ନଭେମ୍ବର, ଡିସେମ୍ବର ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟରେ ବଡ଼ କାର୍ଯ୍ୟକ୍ରମ ହେବ। ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ବିଶାଳ କାର୍ଯ୍ୟକ୍ରମ କରାଯିବ।
ରାହୁଲ ଗାନ୍ଧୀ ରୋଡ଼ ସୋ’ କରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି । ବିଶାଳ ସଭାରେ ଯୋଗ ଦେବେ ଓ ବିଭିନ୍ନ ଜିଲ୍ଲାରେ ଅନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ହେବ।
ରାହୁଲ ଗାନ୍ଧୀ ରାଜ୍ୟର ସମସ୍ତ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପିସିସି ସଭାପତି କହିଛନ୍ତି।
Bhakta Charan Das | Rahul Gandhi | congress
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/30/rahul-will-visit-odisha-in-november-december-2025-08-30-16-08-12.jpg)