କରୋନା ପୀଡ଼ତଙ୍କ ସେବାରେ ପାଳନ ହେବ ରାହୁଲଙ୍କ ଜନ୍ମଦିନ: କଂଗ୍ରେସ

ଭୁବନେଶ୍ବର : ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଜୁନ ୧୯ ତାରିଖରେ ପାଳିତ ହେବାକୁ ଯାଉଛି। ଗତବର୍ଷ ପରି ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରାହୁଲ ତାଙ୍କର ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ସମସ୍ତ କଂଗ୍ରେସ କର୍ମୀ ଓ ନେତାଙ୍କୁ କୌଣସି ବ୍ୟାନର, ପୋଷ୍ଟର ଓ ପ୍ଲାକାର୍ଡ଼ ତିଆରି କରିବା କିମ୍ବା କେକ୍ କାଟିବାକୁ ସେ ବାରଣ କରିଛନ୍ତି। ବରଂ କରୋନା ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଓ ପରିବାରବର୍ଗଙ୍କୁ ସେବା ଓ ସାହାଯ୍ୟ କରିବାକୁ ଶ୍ରୀ ଗାନ୍ଧୀ ପରାମର୍ଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ରାହୁଲଙ୍କ ଜନ୍ମଦିନରେ କରୋନା ପୀଡ଼ିତ ଓ ପରିବାରବର୍ଗଙ୍କୁ ମେଡିକାଲ କିଟ୍‌ସ, ମାସ୍କ, ସାନିଟାଇଜର ଏବଂ ରାସନ କିଟ୍‌ସ ପ୍ରଦାନ କରିବାକୁ ଏଆଇସିସି ପକ୍ଷରୁ ନିଷ୍ପତ୍ତି ନେଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ୟ କରୋନା ସଂକ୍ରମିତଙ୍କ ସେବା କରି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ନଗର ଓ ପଂଚାୟତ ସ୍ତରରେ କଂଗ୍ରେସ ନେତା ଓ ଓ କର୍ମୀମାନେ ନିଜ ସାମର୍ଥ୍ୟ ମୁତାବକ ଏହି ଦିନ କୋଭିଡ-୧୯ରେ ପ୍ରଭାବିତ ବ୍ୟକ୍ତି ଓ ପରିବାରବର୍ଗଙ୍କୁ ସାହାଯ୍ୟ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ସେମାନେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ କରୋନା ଆକ୍ରାନ୍ତ ଓ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଖରେ ପହଞ୍ଚି ସେମାନଙ୍କର ଦୁଃଖ ସମୟରେ ଛିଡା ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର