ରାହୁଲଙ୍କ ଟିପ୍ପଣୀ ଅକ୍ଷମଣୀୟ : ସୁରଥ

ଭୁବନେଶ୍ବର : ଦେଶର ସମ୍ବିଧାନ ଓ ଆଇନର ଊର୍ଧ୍ବରେ କେହି ନୁହନ୍ତି। କିନ୍ତୁ ଗାନ୍ଧି ପରିବାର ନିଜକୁ ଦେଶର ଆଇନର ଊର୍ଧ୍ବରେ ବୋଲି ମନେ କରିବା ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧିଙ୍କ ପଛୁଆବର୍ଗଙ୍କୁ ଅପମାନିତ କଲା ଭଳି ଟିପ୍ପଣୀ ଅକ୍ଷମଣୀୟ। ତୁରନ୍ତ ସେ କ୍ଷମାପ୍ରାର୍ଥନା କରିବା ଉଚିତ୍ ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ।

ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଥିଲେ, ପଛୁଆବର୍ଗ ପ୍ରତି ଅଶାଳୀନ ମନ୍ତବ୍ୟ ରାହୁଲଙ୍କ ଦାୟିତ୍ୱହୀନତାକୁ ପ୍ରମାଣିତ କରିଛି। ଏହି କାରଣରୁ କୋର୍ଟ ତାଙ୍କୁ ଦୋଷୀ ଭାବେ ଦଣ୍ଡ ପ୍ରଦାନ କରିଛନ୍ତି। ରାହୁଲଙ୍କ ସମାଲୋଚନା କରିବାର ଅଧିକାର ରହିଛି। କିନ୍ତୁ ସମାଲୋଚନା ଆଳରେ ପଦ ମର୍ଯ୍ୟାଦାର ସମ୍ମାନକୁ ହତ୍ୟା କରି ଖରାପ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରିବା ରାହୁଲ ଗାନ୍ଧିଙ୍କ ଭଳି ଜଣେ ରାଷ୍ଟ୍ରୀୟ ନେତାଙ୍କଠାରୁ ଆଶା କରାଯାଏ ନାହିଁ। ରାହୁଲ ଓ କଂଗ୍ରେସ କ୍ଷମା ନ ମାଗିଲେ ବିଜେପି ତରଫରୁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର