ବ୍ୟାସନଗର: ଯାଜପୁର ରୋଡ୍ ଥାନା ବ୍ୟାସନଗର ସହରରେ ଥିବା ବଡ଼ବଡ଼ ହୋଟେଲ ଉପରେ ଆଜି ମଧ୍ୟାହ୍ନରେ ଜିଲ୍ଲା ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ ଚଢ଼ଉ କରାଯାଇଛି। ଏଫଏସ ଓ ବିଭୁଦତ୍ତ ତ୍ରିପାଠୀଙ୍କ ଏକ ଟିମ୍ ହୋଟେଲ ଦୟାଲ ରେସିଡେଣ୍ଟ, ବ୍ରାହ୍ମଣୀ, ରୟାଲ କଳିଙ୍ଗ, ତାରିଣୀ ଆଦି ୭ ଗୋଟି ହୋଟେଲ ରେ ଚଢ଼ଉ କରିଥିଲେ।
ଏହି ସମୟରେ ୧୬ କେଜି ବାସି ତଥା ଅପମିଶ୍ରିତ ଖାଦ୍ୟ ନଷ୍ଟ କରାଯାଇଥିଲା। ଖାଦ୍ୟରେ ବ୍ୟବହାର କରୁଥିବା କ୍ଷତିକାରକ ରଙ୍ଗକୁ ମଧ୍ୟ ନଷ୍ଟ କରାଯାଇଛି। ୭ ଗୋଟି ହୋଟେଲରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବାସି ଖାଦ୍ୟ ଲୋକମାନଙ୍କୁ ନଦେବା ପାଇଁ ଶ୍ରୀ ତ୍ରିପାଠୀ ତାଗିଦ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/27-4.jpg)