ରାଉରକେଲା : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ଵିତୀୟ ସ୍ଥାନରେ ରହୁଛି ସୁନ୍ଦରଗଡ଼। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୫୪, ଯାହା ଗତକାଲିଠାରୁ ଦୁଇଗୁଣା ଅଧିକ। ଫଳରେ ସହରରେ ସ୍ଥିତି ଅସମ୍ଭାଳ ହୋଇଛି। ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିବା ଓ ସରକାରଙ୍କ ତାଗିଦ ପରେ ଆଜିଠୁ ସ୍ମାର୍ଟ ସିଟିରେ ଯାଞ୍ଚ ପକ୍ରିୟା କଡାକଡି ହୋଇଛି। ଜିଲ୍ଲା ପୁଲିସର ଏନଫୋର୍ସମେଣ୍ଟ ଓ ଆରଏମସି ଟିମ ଟ୍ରାଫିକଗେଟ, ସେକ୍ଟର ୧୯ ଇସ୍ପାତ ହାଟ, ଡେଲି ମାର୍କେଟ ଆଦି ପ୍ରମୁଖ ବଜାରରେ ଚଢ଼ାଉ କରିଛନ୍ତି। ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ସମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ସଚେତନ କରାଉଛନ୍ତି।
ଯେଉଁମାନେ କଟକଣା ମାନୁନାହାନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି। ବଜାରରେ ଗହଳି ଏଡାଇବାବୁ ଟ୍ରାଫିକ ପରିବା ବଜାରକୁ ରିଂରୋଡକୁ ସ୍ଥାନାନ୍ତର କରାଯାଇଛି। ସେମିତି ଇସ୍ପାତ ହାଟ ପରିବା ବଜାରକୁ ସେକ୍ଟର ୬ ଟେଲିଫୋନ ଭବନ ପଡ଼ିଆ ଓ ରିଂ ରୋଡକୁ ଆସନ୍ତାକାଲି ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/15d289b1-b739-4d67-926e-dbe10eede891-1.jpg)