ପେଟ୍ରୋଲ ଟ୍ୟାଙ୍କର ଉପର ଚାମ୍ବରରେ କୋରାପୁଟରୁ ବିହାରକୁ ୧୫ଶହ ୭୭ କେଜିର ଗଞ୍ଜେଇ ଚାଲାଣ, ୩ ଅଭିଯୁକ୍ତ ଫେରାର

କୋରାପୁଟ:  ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ ହୋଇଛି ୧୫ଶହ ୭୭ କେଜିରୁ ଅଧିକ ଗଞ୍ଜେଇ। ପେଟ୍ରୋଲ ଟ୍ୟାଙ୍କର ଗାଡ଼ିର ଉପର ଚାମ୍ବରରେ ଯାଉଥିଲା ଗଞ୍ଜେଇ । ଗଞ୍ଜେଇ କୋରାପୁଟ ଜିଲ୍ଲାର ଲମତପୁଟରୁ ବିହାରକୁ ଚୋରାଚାଲଣ ହେଉଥିଲା। ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ଗୁଣ୍ଠାଗୁଡ଼ା ଦେଇ ଏହା ଚାଲାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଘଟଣାସ୍ଥଳରୁ ପେଟ୍ରୋଲ ଟ୍ୟାଙ୍କ (ଡବ୍ଲ୍ୟୁବି୩୩ବି-୬୧୩୪)ର ଗାଡ଼ି ସହ ଗୋଟିଲ ଇନୋଭା (ଓଆର ୦୨ବିସି-୫୯୨୬ ଜବତ କରିଛି । ହେଲେ ଘଟଣା ସ୍ଥଳରୁ ୩ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ଫେରାର ହୋଇଛନ୍ତି । ଗୋଟିଏ ବଣ୍ଡଲରେ ୧୦ କେଜି ହିସାବରେ ୧୫୮ଟି ବଣ୍ଡଲରୁ ୧୫୭୭ କେଜି ଗଞ୍ଜେଇ ଜବତ କରିଛି ପୁଲିସ ।

ରାୟପୁର-ବିଶାଖାପାଟଣା ୨୬ ନମ୍ବର ଜାତୀୟ ରାଜପଥ ଦେଇ ଗଂଜେଇ ଚାଲାଣ ହେଉଥିବା ବେଳେ ପୁଲିସକୁ ବଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ‌ସେମିଳିଗୁଡ଼ା ପୁଲିସ ମିଳି ଡୋଲିମ୍ବା ଛକରେ ଗଂଜେଇ ବୋଝେଇ ଟ୍ରକକୁ ଜଗି ବସିଥିଲା। ସେମିଳିଗୁଡ଼ା ଆଇଆଇସି ଧୀରେନ କୁମାର ବେହେରାଙ୍କ ନେତୃତ୍ବରେ ଚଢ଼ାଉ ସମୟରେ ଏସ୍‌ଆଇ ଅନିତା ନାୟକ, ଏଏସ୍‌ଆଇ ଏସ୍‌.ଏଚ୍‌ ବିଷୋୟୀ, ହାବିଲଦାର ଏମ୍‌.କେ ମାଝୀ, କନଷ୍ଟେବଳ ପି.ସି ମାଝୀ, ଓଏପିଏଫ ବି ମୁଦୁଲି ଓ ଜେ.କୁଲେଶିକା।

ସମ୍ବନ୍ଧିତ ଖବର