ବେଆଇନ୍ କାରଖାନା ଉପରେ ଚଢ଼ଉ, ୭୦ ଲକ୍ଷର ବାଣ, ବାରୁଦ ଜବତ

ଆସିକା : ଗଞ୍ଜାମ ଜିଲ୍ଲାର ଶିବକାଶୀ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ୍ ବାଣ ପ୍ରସ୍ତୁତି କାରଖାନା ଠାବ କରିଛି ପୁଲିସ ଓ ସ୍ଥାନୀୟ ପ୍ରଶାସନ। ଗାଁର ପ୍ରତି ସାହି ଓ ଗଳିକନ୍ଦିରେ ୩ ଘଣ୍ଟା କାଳ ତନ୍ନତନ୍ନ ଯାଞ୍ଚ ସହ ୭୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଓ ଶତାଧିକ କେଜି ବାରୁଦ ଜବତ କରାଯାଇଛି।

ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ ଉପସ୍ଥିତିରେ ଆଜି ପୁଲିସ୍‌ର ଏକ ଟିମ୍‌ କାରଖାନା ଉପରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରିଥିଲା। ଏଥିସହିତ, ୩ ଜଣଙ୍କୁ ଗିରଫ କରିଥିଲା। ୩ ଜଣ ହେଲେ, ନଳବଣ୍ଟାର ସନ୍ତୋଷ କୁମାର ପାଢୀ, ଦିବାନ ସେଠୀ ଓ ବିପ୍ର ସେଠୀ। ଜବତ ବାଣ ଓ ବୋମା ନିଷ୍କ୍ରିୟ ପାଇଁ ବୋମା ନିଷ୍କ୍ରିୟକାରୀ ଦଳର ସହାୟତା ନିଆ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର