ଘଟଗାଁ : ଅଟେଇ ସଂରକ୍ଷଣ ଜଙ୍ଗଲରେ ଚାଲିଥିବା ଏକ ବେଆଇନ ମଦ ଭାଟିରେ ଉପରେ ଅବକାରୀ ବିଭାଗ ଅତର୍କିତ ଚଢ଼ଉ କରି କୁଇଣ୍ଟାଲରୁ ଅଧିକ ଓଜନର ପୋଚ ନଷ୍ଟ କରିଛି। ଏଥିସହିତ ୩୦ ଲିଟର ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି।

Advertisment

ଘଞ୍ଚ ଜଙ୍ଗଲ ମଧ୍ୟରେ ଅତି ଚତୁରତାର ସହିତ ମାଫିଆମାନେ ମହୁଲି ମଦ ତିଆରି କରି ଘଟଗାଁ ସମେତ ଡୁବୁରି, ଯାଜପୁର ଓ ବିଭିନ୍ନ ହାଟ ଓ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଦୋକାନକୁ ମଦ ଚୋରା ଚାଲାଣ କରାଯାଉଛି। ବେପାରିମାନେ ମହୁଲି ମଦକୁ କଡା କରିବା ପାଇଁ ଏଥିରେ ୟୁରିଆ ସାର ପ୍ରୟୋଗ କରୁଥିବା ଜଣାଯାଇଛି। ଘଟଗାଁ ବ୍ଲକର କେନ୍ଦୁଡିହା ଏହାର ହବ ପାଲିଟିଛି। ସକାଳୁ ସଂଧ୍ୟା ଯାଏ ଗାଡି ମଟର ଉକ୍ତ ଗ୍ରାମକୁ ଆସୁଛି। ଜାରକିନ, ଗାଡ଼ି ଟ୍ୟୁବେରେ ଚୋରାମଦ ଚାଲାଣ ହେଉଛି। ଆଜି ଘଟଗାଁ ଅବକାରୀ ବିଭାଗ ତରଫରୁ ଏହି ବେଆଇନ ମଦ ଭାଟି ଉପରେ ଚଢଉକରି ବିପୂଳ ପରିମାଣରେ ମହୁଲି ପୋଚ ଜବତ କରି ନଷ୍ଟ କରିବା ସହ ସମସ୍ତ ଆସବାବ ପତ୍ରକୁ ଜବତ କରିଛନ୍ତି।

publive-image

ଖାଲି ସେତିକି ନୁହେଁ। କେନ୍ଦୁଡିଆ ଗ୍ରାମର ଜମୁଁନା ମାଝି ଓ ପ୍ରମିଳା ମାଝୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩୦ ଲିଟର ମହୁଲି ମଦ ଜବତ କରାଯାଇଛି। ଭାଟିରେ ଗଚ୍ଛିତ ୧୦୫୦ କେଜି ମହୁଲି ପୋଚ ନଷ୍ଟ କରାଯିବା ସହିତ ବିଭିନ୍ନ ମଦ ପ୍ରସ୍ତୁତ ଉପକରଣକୁ ଜବତ କରିଥିଲେ। ଘଟଗାଁ ଅବକାରୀ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା, ଏଏସଆଇ ରଂଜନ ପାତ୍ର, କନେଷ୍ଟବଳ ଯତୀନ୍ଦ୍ର ମହାନ୍ତ, ଲକ୍ଷ୍ମଣ ନାଏକ, ରେବତୀ ସାହୁ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ। କେନ୍ଦୁଡିଆ ଭଳି ମେଲାଣ ଅଡେଇ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଏକାଧିକ ମହୁଲି ଭାଟି ଚାଳିଥିବା ଜଣାଯାଇଛି।