ସୋନପୁର : ସୋନପୁର ମହାନଦୀ ରାମଶ୍ବେର ଘାଟ ଏବଂ ତେଲନଦୀରୁ ବାଲି ଚୋରା ଚାଲାଣ ହେବା ଘଟଣା ସମ୍ପର୍କରେ ଗତ ୬ ତାରିଖ ଦିନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବାଲି ଚୋରା ଚାଲାଣ ଉପରେ ବୁଧବାର ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି।
ମହାନଦୀ ରାମେଶ୍ବର ଘାଟରୁ ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟର ଏବଂ ତେଲନଦୀରୁ ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟରକୁ ସୋନପୁର ତହସିଲ ପ୍ରଶାସନ ପକ୍ଷରୁ ଜବତ କରାଯିବା ସହ ଉଭୟ ଟ୍ରାକ୍ଟରକୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଥିବା ସୂଚନା ଦିଆଯାଇଛି। ସେହିପରି ବାଲି ମାଫିଆମାନେ ମହାନଦୀ ରାମେଶ୍ବର ଘାଟ ନିକଟରେ ବାଲି ଚୋରା ଚାଲାଣ ପାଇଁ କରିଥିବା ଅସ୍ଥାୟୀ ରାସ୍ତାକୁ ମଧ୍ୟ ପ୍ରଶାସନ ପକ୍ଷରୁ ଖୋଳି ଦିଆଯାଇଛି। ଏହି ଚଢଉରେ ସୋନପୁର ତହସିଲଦାର ନବୀନ କିଶୋର ପାଢୀ, ଅତିରିକ୍ତ ତହସିଲଦାର ପ୍ରମୋଦ ମେହେର, ରାଜସ୍ବ ନିରୀକ୍ଷକ ସୁଧୀର ପାଣ୍ଡିଆ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/sand-subernpur.jpg)