ମୋରମ ଖାଦାନରେ ଚଢ଼ଉ, ଜେସିବି ଓ ଟ୍ରାକ୍ଟର ଜବତ

ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳ ଶାଳପଡ଼ା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ପଛପଟେ ଚାଲିଛି ବେଆଇନ ମୋରମ ଖନନ। ପ୍ରତିଦିନ ମେସିନ ସାହାଯ୍ୟରେ ଟ୍ରିପ୍ ଟ୍ରିପ୍ ମୋରମ ଖୋଳି ନେଉଛନ୍ତି ମାଫିଆ। ଶନିବାର ପୂର୍ବାହ୍ନରେ ମୋରମ ଖନନ ଚାଲିଥିବାବେଳେ ଘସିପୁରା ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଗୋଟିଏ ଜେସିବି ଓ ଦୁଇଟି ଟ୍ରାକ୍ଟର ଜବତ କରାଯାଇଛି। ପୁଲିସକୁ ଦେଖି ଡ୍ରାଇଭର ଫେରାର ହୋଇଯାଇଥିଲେ। ଜବତ ଗାଡ଼ିଗୁଡ଼ିକୁ ଥାନାରେ ରଖାଯାଇଛି।

ସମ୍ବନ୍ଧିତ ଖବର