ବ୍ରହ୍ମବରଦା: ରସୁଲପୁର ବ୍ଲକ ମହେଶ୍ବରପୁର ପଞ୍ଚାୟତ ଚାନ୍ଦପୁର ବାଲିଘାଟରେ ଆଜି ପ୍ରଶାସନ ଚଢ଼ଉ କରି ଏକ ଜେସିବି ସହ ୮ଟି ହାଇୱା ଜବତ କରିଛି। ଏହି ଚଢ଼ଉରେ ଧର୍ମଶାଳା, ବ୍ରହ୍ମବରଦା ଓ କୋତପୁର ପୁଲିସଙ୍କ ସହିତ ଧର୍ମଶାଳାର ଅତିରିକ୍ତ ତହସିଲଦାର ଓ ବାଙ୍କସାହି ରାଜସ୍ବ ନିରୀକ୍ଷକ ସାମିଲ ଥିଲେ।
ଏହି ବେଆଇନ ବାଲି ଚାଲାଣ ସଂକ୍ରାନ୍ତରେ ଗତ ଦୁଇଦିନ ହେଲା ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ଚାନ୍ଦପୁର ଘାଟରେ ଚଢ଼ଉ କରାଯାଇଥିଲା। ଚାନ୍ଦପୁର ବାଲିଘାଟଟି ବେଆଇନ ଭାବେ ମନଇଚ୍ଛା ବାଲି ଉଠାଉଯାଉଛି। ବନ୍ଧବାଡ଼ ସବୁ ତାଡ଼ି ନେଉଥିବାରୁ ବନ୍ୟା ସମୟରେ ନଦୀବନ୍ଧରେ ଘାଇ ସୃଷ୍ଟି ହେଉଛି। ବ୍ରାହ୍ମଣୀ ନଦୀର ୧୦ ଏକର ପରିମିତ ଚାନ୍ଦପୁର ଘାଟକୁ ବାଲି ଉତ୍ତୋଳନ ପାଇଁ ସରକାରୀ ଭାବେ ୨୦୧୯ ମସିହାରେ ୧୨ ଲକ୍ଷ ଟଙ୍କାରେ ଲିଜ୍ ଦିଆଯାଇଥିଲା। ହେଲେ ୧୦ ଏକର ପରିମିତ ଜାଗାରୁ ବାଲି ଉଠାଇବାକୁ ଅନୁମତି ମିଳିଥିଲା। ଲିଜ୍ଧାରୀ ଧର୍ମଶାଳା ଅଞ୍ଚଳର ୧୫ ଏକରରୁ ଅଧିକ ଏକରରୁ ବେଆଇନ ଭାବେ ବାଲି ଉଠାଉଥିଲା। ଏହା ବ୍ୟତୀତ ବାଲି ବୋଝେଇ ଗାଡ଼ିଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ବାରା ଚିହ୍ନଟ ରାସ୍ତାରେ ଚଳାଚଳ ନକରି ମନଇଚ୍ଛା ଅନ୍ୟଆଡ଼େ ରାସ୍ତା କରି ପରିବହନ କରୁଥିଲେ। ଫଳରେ ବହୁ ଚାଷୀଙ୍କ ଚାଷଜମି ନଷ୍ଟ ହୋଇଯାଇଛି। ଭାରୀଯାନ ଚଳାଚଳ ଦ୍ବାରା ନଦୀବନ୍ଧ ଦୁର୍ବଳ ହେବା ସହ ରାସ୍ତାଘାଟ ଭାଙ୍ଗି ନଷ୍ଟ ହୋଇଯାଉଛି। ଏହାକୁ ବିରୋଧ କରି ଗତକାଲିଠାରୁ ଧର୍ମଶାଳା ବ୍ଲକ କୋଠିଡିହ ଗ୍ରାମର ଯୁବଗୋଷ୍ଠୀ ବାଲି ଉତ୍ତୋଳନକୁ ବନ୍ଦ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/jaj-3.jpg)