ଫର୍ଣ୍ଣିଚର ୟୁନିଟ୍‌ରେ ଚଢ଼ଉ, ଜଣେ ଗିରଫ

ଘଟଗାଁ : ଘଟଗାଁ ବନ ବିଭାଗ ପକ୍ଷରୁ ଦେଓବନ୍ଧ ସେକ୍ସନ ଅନ୍ତର୍ଗତ ପେଣ୍ଠଡିହି ଗ୍ରାମରେ ଚାଲିଥିବା ଏକ ବେଆଇନ ଫର୍ଣ୍ଣିଚର ୟୁନିଟ୍‌ରେ ଚଢ଼ଉ କରାଯାଇ ବ୍ୟାପକ କାଠ ସହ ୪ଟି ଅଧାଗଢ଼ା ଖଟ ଜବତ କରାଯାଇଛି। ଜବତ କାଠର ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଫର୍ଣ୍ଣିଚର ୟୁନିଟ୍‌ ମାଲିକ ସୁରଥ ମହାନ୍ତିଙ୍କୁ ଗିରଫ କରାଯାଇଛି।

ସୁରଥ ଦୀର୍ଘଦିନ ହେଲା ବେଆଇନ ଭାବେ ଏହି ଫର୍ଣ୍ଣଚର ୟୁନିଟ୍‌ ଚଳାଇଥିଲେ। ଆଜି ବନ ବିଭାଗ କର୍ମଚାରୀମାନେ ଚଢ଼ଉ କରି କାଠ ଓ ଅଧାଗଢ଼ା ଖଟ ଜବତ କରିବା ସହ ସୁରଥଙ୍କୁ ଗିରଫ କରିଛନ୍ତି। ଏହି ଚଢ଼ଉରେ ଘଟଗାଁ ରେଞ୍ଜ ଅଫିସର ପ୍ରଭାତ କୁମାର କଅଁର, ଡେପୁଟି ରେଞ୍ଜର ଟିକେଶ୍ବର ମହାନ୍ତ, ଦେଓବନ୍ଧ ଫରେଷ୍ଟର ପୁଷ୍ପଲତା ମହାନ୍ତ, ଘଟଗାଁ ଫରେଷ୍ଟର ସନ୍ତୋଷ ପହି, କେନ୍ଦୁଝର ଏସିଏଫ୍‌ ଅଜୟ କୁମାର ସାହୁ ଓ ମୋବାଇଲ ସ୍କ୍ବାଡ୍‌ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର