ବଲାଙ୍ଗୀର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସ ଟିମ ସ୍ଥାନୀୟ ୱେସ୍କୋ ସୁପରିନଟେଣ୍ଡେଣ୍ଟ ଅଫିସର ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଚଢ଼ଉ କରିଛି। ସକାଳୁ ସକାଳୁ ବଲାଙ୍ଗୀର ସର୍କିଟ ହାଉସ ନିକଟରେ ଥିବା ତାଙ୍କ ଘର ଓ ପେଲେସଲାଇନ କାର୍ଯ୍ୟାଳୟରେ ଏକକାଳୀନ ଭିଜିଲାନ୍ସ ଟିମ ଚଢ଼ଉ କରିଥିଲେ। ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉରେ ସାମିଲ ଥିଲେ। ଚଢ଼ଉ ପ୍ରାରମ୍ଭରେ ହିଁ ଘରୁ ନଗଦ ୧୬ଲକ୍ଷ ୩୨ହଜାର ୨୫୦ ଟଙ୍କା ଓ ସୁନାଗହଣା ସହ ସୁନା ବିସ୍କୁଟ ବାହାରିଥିଲା। ସୁନାର ମୂଲ୍ୟ ୧୩ଲକ୍ଷ ୫୬ ହଜାର ଟଙ୍କା ଆକଳନ କରାଯାଇଛି। ସେ ରହୁଥିବା ତିନିମହଲା ଆଲିସାନ କୋଠା ଯାହାର ମୂଲ୍ୟ ହାରାହାରି ୬୭ଲକ୍ଷ ୬୫ହଜାର, ୧୯ଟି ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ କାର୍ଡ ଭିଜିଲାନ୍ସ ଟିମ ଠାବ କରିଥିଲା। ବ୍ୟାଙ୍କ ଆକାଉଣ୍ଟରେ ୬ଲକ୍ଷରୁ ଅଧିକ ଟଙ୍କା ରହିଛି। କାର, ବାଇକ ସହ ଅନ୍ୟ ଆସବାପତ୍ରକୁ ଭିଜିଲାନ୍ସ ଆକଳନ ଚଳାଇଛି। ମୋଟ ଉପରେ କୋଟିଏରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଙ୍କର ଥିବା ଭିଜିଲାନ୍ସ ପ୍ରାଥମିକ ଆକଳନରୁ କହିଛି। ଘରୁ ଜବତ ହୋଇଥିବା ଟଙ୍କା ଉପରେ ଶ୍ରୀ ବିନ୍ଧାଣୀ କହିଛନ୍ତି, ସେହି ଟଙ୍କା ତାଙ୍କର ନଥିଲା। ତାଙ୍କର ଜଣେ ସଂପର୍କୀୟଙ୍କ ଟଙ୍କା ଓ ସେ ଘର କିଣିବାକୁ ତାଙ୍କ ପାଖରେ ରଖିଥିଲେ ବୋଲି କହିଛନ୍ତି। ଭିଜିଲାନ୍ସ ଟିମ ଏହାର ତଦନ୍ତ କରାଯିବ ବୋଲି କହିଛି।
ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ଉ : ନଗଦ ୧୬ଲକ୍ଷ ଟଙ୍କା ଓ ସୁନା ବିସ୍କୁଟ ବାହାରିଲା
/sambad/media/post_attachments/wp-content/uploads/2020/12/wesco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)