ରାଉରକେଲା: ଆୟକର ଫାଙ୍କି ଅଭିଯୋଗରେ ସହରର ପ୍ରତିଷ୍ଠିତ ଚାଉଳ ବ୍ୟବସାୟୀ ପରେଶ ଓ ନରେଶ ଅଗ୍ରୱାଲ ଗୋଦାମ ଓ ଘରେ ଆୟକର ଅଧିକାରୀ ଚଢଉ କରିଛନ୍ତି l ଆଜି ଆୟକର ବିଭାଗର ଦୁଇଟି ଟିମ ପୃଥକ ପୃଥକ ଗୋଦାମ ଓ ଘରେ ଚଢ଼ାଉ କରିଥିଲେ । ଦୁଇଟି ସ୍ଥାନରୁ ଆୟକର ଅଧିକାରୀ କିଛି ଗୁରୁତ୍ୱପୂର୍ଣ କାଗଜ ଜବତ କରିଛନ୍ତି।
ତଦନ୍ତର ବାଧା ଦୃଷ୍ଟିରୁ ଆୟକର ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଏହି ଚଢ଼ଉ ପରେ ବ୍ୟବସାୟୀ ମହଲରେ ଭୟ ସଂଚରି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/1-15.jpg)