ବ୍ୟବସାୟୀଙ୍କ ଗୋଦାମ ଓ ଘରେ ଆୟକର ଚଢ଼ଉ

ରାଉରକେଲା: ଆୟକର ଫାଙ୍କି ଅଭିଯୋଗରେ ସହରର ପ୍ରତିଷ୍ଠିତ ଚାଉଳ ବ୍ୟବସାୟୀ ପରେଶ ଓ ନରେଶ ଅଗ୍ରୱାଲ ଗୋଦାମ ଓ ଘରେ  ଆୟକର ଅଧିକାରୀ ଚଢଉ କରିଛନ୍ତି l ଆଜି ଆୟକର ବିଭାଗର ଦୁଇଟି ଟିମ ପୃଥକ ପୃଥକ ଗୋଦାମ ଓ ଘରେ ଚଢ଼ାଉ କରିଥିଲେ । ଦୁଇଟି ସ୍ଥାନରୁ ଆୟକର ଅଧିକାରୀ କିଛି ଗୁରୁତ୍ୱପୂର୍ଣ କାଗଜ ଜବତ କରିଛନ୍ତି।

ତଦନ୍ତର ବାଧା ଦୃଷ୍ଟିରୁ ଆୟକର ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଏହି ଚଢ଼ଉ ପରେ ବ୍ୟବସାୟୀ ମହଲରେ ଭୟ ସଂଚରି ଯାଇଛି।

ସମ୍ବନ୍ଧିତ ଖବର