ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ, ବ୍ୟାପକ ଖାଦ୍ୟ ସାମଗ୍ରୀ ଜବତ

କଟକ: ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ ହୋଇଛି। କଟକ ସହର ଭିତରେ ଥିବା ମାଲଗାଦୋମ ଅଞ୍ଚଳ ସହିତ ମୋଟ ୫ଟି ଅପମିଶ୍ରିତ ଖାଦ୍ୟ ଉତ୍ପାଦନ ଖାରଖାନା ଉପରେ ଚଢ଼ଉ ହୋଇଛି। ଚଢ଼ଉ ସମୟରେ ଟମାଟୋ ସସ, ଭିନେଗାର, ଆଚାର, ବିସ୍କୁଟ ଓ ‌ଚକୋଲୋଟ ଆଦି ଜବତ ହୋଇଥିବା ଜଣାଯାଇଛି।‌ ତେବେ ରିପୋର୍ଟ ଲେଖାଯିବା ବେଳକୁ ଚଢ଼ଉ ଜାରି ରହିଛି। ସେହିପରି ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ଜିନିଷ ମଧ୍ୟ ଜବତ ହୋଇଛି।

ସୂଚନାଯୋଗ୍ୟ, କଟକରେ ଅପମିଶ୍ରିତ ଖାଦ୍ୟ ଉତ୍ପାଦନ ଓ ବିକ୍ରି କରାଯିବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ କଟକ ସହରରୁ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି କରାଯାଉଥିବା କାରଖାନା ଠାବ କରାଯାଇଛି। ଖାଇବା ତେଲ, ଘିଅ, ପନିର, ଗୁଟଖା, ଆଚାର, ବିସ୍କୁଟ, ଚକୋଲେଟ ଆଦି ଜବତ ହୋଇଥିଲା। ତେବେ କମ ଖର୍ଚ୍ଚରେ ଅଧିକ ଟଙ୍କା ରୋଜଗାର କରିବା ପାଇଁ କିଛି କାରଖାନାର ମାଲିକମାନେ ଦାମୀ କଂପାନିର ଲୋଗୋ ବ୍ୟବହାର କରି ଏହିଭଳି ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି। ଆଗକୁ ଦୀପାବଳି ଥିବାରୁ ନିଜର କାରବାର ବଢ଼ାଇବା ପାଇଁ ବ୍ୟବସାୟୀମାନେ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି।

ସମ୍ବନ୍ଧିତ ଖବର