ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଅନେକ ଗୁଡ଼ିଏ ବେଆଇନ ପଥର ଖାଦାନ ଓ କ୍ରସର ରହିଛି। ହେଲେ ସବୁ ଜାଣି ପ୍ରଶାସନ ଚୁପ୍ ରହୁଥିବାରୁ ବେଧଡକ ଭାବରେ କ୍ରସର ୟୁନିଟ୍ ଗୁଡ଼ିକ ପକ୍ଷରୁ ପଥର ବ୍ଲାଷ୍ଟିଂ ହେଉଛି।
ବୁଧବାର ସଇଁତଳା ଥାନା କେଛୋମାନ ଗାଁରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଚାଲୁଥିବା କ୍ରସର ଉପରେ ଖଣି ଓ ରାଜସ୍ଵ ତଥା ପ୍ରଦୂଷଣ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ଉ କରିଥିବା ଜଣାପଡିଛି। ତେବେ କ୍ରସର ୟୁନିଟ୍ ପାଖରେ କୌଣସି କାଗଜ ପତ୍ର ନଥିବା ବେଳେ କିପରି ଭାବରେ ଏହା ଏତେ ବର୍ଷ ଧରି ଚାଲିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏସମ୍ପର୍କରେ ଖବର ପାଇ ବେଆଇନ କ୍ରସର ଉପରେ ଚଢ଼ଉ କରିବା ସହ ଜିଲ୍ଲା ଖଣି ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ସଇଁତଳା ତହସିଲଦାର ଆଶିଷ ଏକ୍କା ଚିଠି ଲେଖିଛନ୍ତି । ସଇଁତଳା ତହସିଲଦାର ସମେତ ଖଣି ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଆସି କ୍ରସର ୟୁନିଟ୍ରେ ତଦନ୍ତ କରିଛନ୍ତି। ତଦନ୍ତ ପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚଢ଼ଉ କରିଥିବା ଅଧିକାରୀ କହିଛନ୍ତି।
ଏନେଇ ବଲାଙ୍ଗୀର ଖଣି ଅଧିକାରୀ ଦେବାଶିଷ ଦେହୁରୀଙ୍କୁ ପଚାରିବାରୁ ବେଆଇନ ଭାବେ ଚାଲୁ ଥିବା କ୍ରସର ଉପରେ ଚଢ଼ଉ କରି ସାମଗ୍ରୀ ଜବତ କରାହେଇଛି ନିୟମ ଖିଲାପରେ କ୍ରସର ଚାଲୁଥିଲା। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Balangir | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/03/raid-on-illegal-crusher-2025-09-03-12-07-23.jpg)