ମାଙ୍କଡ଼ା ଖାଦାନରେ ଚଢ଼ଉ : ପାୱାର ଟିଲର ଜବତ

କାଳିଆପାଣି : ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ ଓ ପଞ୍ଚାୟତ ଅନ୍ତର୍ଗତ ଗିରିଙ୍ଗାମାଳି ଗାଁର ସରକାରୀ ଜମିରେ ବହୁ ଦିନରୁ ବେଆଇନ ଭାବେ ଚାଲୁଥିବା ଏକ ମାଙ୍କଡ଼ାପଥର ଖାଦାନ ଉପରେ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଚଢ଼ଉ କରି ଏକ ପାୱାର ଟିଲର ଓ କିଛି ମାଙ୍କଡ଼ା ପଥର ଜବତ କରିଛନ୍ତି। ତେବେ ପୁଲିସ ଚଢ଼ଉର ପ୍ରାକ୍‌ ସୂଚନାପାଇ ସେଠାରେ ନିୟୋଜିତ ଲୋକେ ଚମ୍ପଟ୍‌ ମାରିଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ଥିଲେ ମଧ୍ୟ ତିନି ଜଣ ଯୁବକ ବିଲ ହୁଡ଼ାରେ ଦୌଡ଼ି ପାଖ ଜଙ୍ଗଲ ଆଡ଼କୁ ପଳାଇଥିଲେ।

ଉକ୍ତ ଜମିକୁ ବେଆଇନ ଭାବେ ନିଜ ଦଖଲକୁ ନେଇ ଈଶ୍ବର ମହାନ୍ତ, ସୂର୍ଯ୍ୟକାନ୍ତ ନାୟକ ଓରଫ୍‌ ସୁଯେଇ ଓ ଡୁଲୁ ମହାନ୍ତ ମାଙ୍କଡ଼ା ଖନନ କରୁଥିବା ପୁଲିସ କହିଛି। ସେହିପରି ଗିରିଙ୍ଗାମାଳି ପାଖ ଚଟିକିପଶି ଗାଁର ଦୁଇଭାଇ ଏହି ଚୋରା ମାଙ୍କଡ଼ା କାରବାରରେ ସଂପୃକ୍ତ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ତିନି ପ୍ରମୁଖ ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀଙ୍କ ନାଁରେ ଆଇପିସିର ଦଫା ୩୭୯/୩୪ ଏବଂ ଏମ୍‌ଏମ୍‌ଡିଆର୍ ଆକ୍ଟ-୨୧ ଆଧାରରେ ଥାନାରେ ଏକ କେସ୍‌ ୧୪/୨୧ ରୁଜୁ ହୋଇଛି।

ସମ୍ବନ୍ଧିତ ଖବର