ବାହାଘର ଭୋଜି ଉପରେ ଚଢ଼ଉ, ୧୦ ହଜାର ଟଙ୍କା ଜୋରିମାନା ଆଦାୟ

ବୈପାରିଗୁଡା : ବାହାଘର ଭୋଜିର ଆୟୋଜନ ହେବା ସହ ଦୁଇଶହ ପଚାଶରୁ ଅଧିକ ଲୋକ ଯୋଗ ଦେଇଥିବା ଖବର ପାଇ ବୈପାରିଗୁଡା ତହସିଲଦାର ଏବଂ ପୁଲିସ ଚଢଉ କରିଥିବା ଜଣାପଡିଛି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତର ପାରାଲ୍ ଗ୍ରାମରେ ଆୟୋଜିତ ବାହାଘର ଭୋଜି ସଂପର୍କରେ ଖବର ପାଇ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଏବଂ ଥାନା ଏସ୍ଆଇ ଅସିତ କୁମାର ବଳବନ୍ତରାୟ ପୁଲିସ ଟିମ ସହ ଚଢ଼ଉ କରିଥିଲେ। ତେବେ ସେଠାରେ ଏକାଠି ହୋଇଥିବା ଦୁଇ ଶହ ପଚାଶରୁ ଉର୍ଦ୍ଧ୍ବ ଲୋକେ ଭୟରେ ଜଂଗଲ ଭିତରକୁ ଦୈାଡି ପଳାଇଥିଲେ। କରୋନା ସଂକ୍ରମଣ ସମୟରେ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ନିୟମ ପାଳିବା ପାଇଁ ଆୟୋଜକଙ୍କୁ ବୁଝାଇଥିଲେ। ଏଥିସହ ସରକାରୀ କଟକଣା ଅମାନ୍ୟ କରିଥିବାରୁ ଦଶ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ।

ସମ୍ବନ୍ଧିତ ଖବର