ପାନ ମସଲା ଦୋକାନ ଉପରେ ଚଢ଼ାଉ: ୪୦ବସ୍ତା ଗୁଟୁଖା-ସିଗାରେଟ, ଭାଙ୍ଗ-ମୋଦକ ଜବତ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ଗାନ୍ଧିଛକରେ ଥିବା ପ୍ରୀତି ପାନ ମସଲା ଦୋକାନି ପଦ୍ମଲୋଚନ ବୁଦ୍ଧିଆଙ୍କ ଘରେ ଓ ଦୋକାନ ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟୁଖା, ସିଗାରେଟ, ବିଡ଼ି, ଭାଙ୍ଗ, ନିଶା ମୋଦକ ଆଦି ଜବତ କରିଛି।  ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାଶଙ୍କ ନେତୃତ୍ୱରେ ବ୍ରଜରାଜନଗର ପୁଲିସି ଆଇଆଇସି ନଳିତା ମୋଦି ଓ ଅନ୍ୟ ଷ୍ଟାଫ ବ୍ରଜରାଜନଗର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା।

ପ୍ରଥମେ ପ୍ରୀତି ପାନ ମସଲା ଦୋକାନର ମାଲିକ ପଦ୍ମଲୋଚନ ବୁଦ୍ଧିଆ ରହୁଥିବା ଇତାଭଟା ଗ୍ରାମରେ ଥିବା ଘର ଉପରେ ଚଢ଼ାଉ କରାଯାଇଥିଲା।ସେଠାରୁ ୧୦ବସ୍ତା ଗୁଟୁଖା, ସିଗାରେଟ, ବିଡ଼ି ଆଦି ଜବତ କରିଥିଲେ। ପରେ ଗାନ୍ଧିଛକରେ ଥିବା ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ସେଠାରୁ ପ୍ରାୟ ୩୦ବସ୍ତା ଗୁଟୁଖା, ସିଗାରେଟ, ବିଡ଼ି, ଖାଇନି, ଭଙ୍ଗା ଆଦି ଜବତ କରିଥିଲେ। ପୁଲିସ ପକ୍ଷରୁ ସୂଚନା ପାଇ ଡେପୁଟି କମିସନର ଜିଏସଟିଓ ସେଲଟ୍ୟାକ୍ସ ସୁବୋଧ କୁମାର ପଣ୍ଡା ଗାନ୍ଧିଛକରେ ପହଞ୍ଚି ତାହାର ମୂଲ୍ୟାଙ୍କନ ତଥା ଅନ୍ୟାନ୍ୟ ଦିଗ ଉପରେ ମୂଲ୍ୟାୟନ ଓ କାଗଜପତ୍ର ଯାଞ୍ଚ କରୁଛନ୍ତି।

ଏନେଇ ଏସଡିପିଓ ଦିଲ୍ଲୀପ ଦାଶଙ୍କ ପଚାରିବାରୁ ପ୍ରୀତି ପାନମସଲା ଦୋକାନୀ ବିପୁଳ ପରିମାଣର ଜିନିଷ ମହଜୁଦ ରଖିଥିବା ଓ ବଜାରରେ କୁତ୍ରିମ ଅଭାବ ସୃଷ୍ଟିକରି ଚଢାଦାମରେ ବିକ୍ରି କରୁଥିବା ନେଇ ଖବର ମିଳିଥିଲା। ଏହାର ସତ୍ୟତା ପାଇବା ପରେ ସେ ଆଜି ଏହି ଚଢ଼ାଉ କରିଥିବା ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ଜବତ ଜିନିଷର ପରିମାଣ ୫ଲକ୍ଷରୁ ଉର୍ଦ୍ଧ୍ୱ ହୋଇପାରେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର