କେନ୍ଦ୍ରାପଡ଼ା/ଚଣ୍ଡିଖୋଲ: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସ୍ମାନ୍ ଅଲ୍ଲୀ ଲିଙ୍କ୍ରେ ଆଜି କେନ୍ଦ୍ରାପଡ଼ା ଓ ଯାଜପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। କେନ୍ଦ୍ରାପଡ଼ାର ପୌର କାର୍ଯ୍ୟାଳୟ ଓ ମହାକାଳପଡ଼ା ତହସିଲ୍ରେ ଭିଜିଲାନ୍ସ ଛାନ୍ଭିନ୍ କରିଥିବା ବେଳେ ଯାଜପୁରର ଦର୍ପଣ ତହସିଲ୍ରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଭିଜିଲାନ୍ସକୁ କିଛି ତଥ୍ୟ ମିଳିଛି। ଜମି ଲିଜ୍ ପ୍ରସଙ୍ଗରେ ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ା ପୌର କାର୍ଯ୍ୟାଳୟରେ ଛାନ୍ଭିନ୍ କରିଥଲେ। ତହସିଲ ଜମି ଲିଜ୍ ଦେବାର ଅଧିକାରୀ ହୋଇଥିବା ବେଳେ କେନ୍ଦ୍ରାପଡ଼ା ପୌର ପରିଷଦ କେଉଁ ଅଧିକାରରେ ଲିଜ୍ ଦେଇଥିଲା, ତାହାର ଖୋଳତାଡ଼ କରିଥଲେ। ବାଲିଘାଟ ନିଲାମ ପ୍ରସଙ୍ଗରେ ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ାର ମହାକାଳପଡ଼ା ଏବଂ ଯାଜପୂରର ଦର୍ପଣ ତହସିଲ୍ରେ ଖୋଳତାଡ଼ କରିଥିଲେ। ମୋରମ୍ ଓ ବାଲିଘାଟ ପାଇଁ ମହାକାଳପଡ଼ାରେ କେଉଁ ପ୍ରକ୍ରିୟାରେ କେତେ ଟଙ୍କାର ଲିଜ୍ ଦିଆଯାଇଥିଲା, ତାହାର ଖୋଳତାଡ଼ କରିଥିଲା। ସେହିଭଳି, ଦର୍ପଣ ତହସିଲ୍ରେ ଟିଟୋର ସହଯୋଗୀଙ୍କ ନାମରେ କେତୋଟି ବାଲିଘାଟ ଓ ମୋରମ୍ ଖାଦାନ ରହିଛି, ସେ ସଂପର୍କିତ ଫାଇଲ୍ ସବୁ ଯାଞ୍ଚ କରିଥିଲେ। ବେନଜୀର୍ ବିବିଙ୍କ ନାମରେ ଥିବା ପେଟ୍ରୋଲ ପମ୍ପ୍ ଜମିର ମଧ୍ୟ ଆଜି ମାପଚୁପ୍ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ା ମ୍ୟୁନିସପାଲିଟି ଅଫିସ୍ରେ ପହଁଚି ପେଟ୍ରୋଲ ପମ୍ପ୍ ପାଇଁ ଦିଆଯାଇଥିବା ‘ ନୋ ଅବଜେକସନ୍’ ସାର୍ଟିଫିକେଟ୍ ସଂପର୍କରେ ଯାଞ୍ଚ କରିଥିଲେ। ଟିଟୋର ଅପରାଧିକ ରେକର୍ଡ କାହାରିକୁ ଅଛପା ନଥିବା ବେଳେ କିଭଳି ଏହି ‘ ନୋ ଅବଜେକ୍ସନ୍’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା, ସେ ବିଷୟରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା।
ଟିଟୋ ଲିଙ୍କ୍ରେ ଚଢ଼ାଉ : ତହସିଲ୍, ପୌର କାର୍ଯ୍ୟାଳୟରେ ଛାନ୍ଭିନ୍, ପତ୍ନୀଙ୍କ ନାଁରେ ଥିବା ପେଟ୍ରୋଲ୍ ପମ୍ପ୍ରେ ମାପଚୁପ
/sambad/media/post_attachments/wp-content/uploads/2018/08/KDP-vigilance-raid-at-Tito-Petrol-pump-and-other-offices5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)