ବେଆଇନ୍‌ ବିସ୍ଫୋରକ ଗୋଦାମରେ ଚଢ଼ଉ

ବଲାଙ୍ଗୀର : ବଲାଙ୍ଗୀର ସହର ଉପକଣ୍ଠରେ ଚାଲିଥିବା ବେଆଇନ ବିସ୍ଫୋରକ ଚୋରା କାରବାରର ପର୍ଦାଫାସ୍‌ କରିଛି ପୁଲିସ। ଏଠାରେ ଥିବା ସଦାଇପାଲି ଗାଁରେ ଚଢ଼ଉ କରି ସୁଦାମ ମହାଲିଙ୍ଗକୁ ଧରିବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ସୁଦାମଙ୍କ ପାଖରେ ବିସ୍ଫୋରକ ଲାଇସେନ୍ସ ନଥିବା ବେଳେ ସେ ବେଧଡ଼କ ଏହି କାରବାର ଚଳାଇଥିଲେ ବୋଲି ପୁଲିସ କହିଛି। ତାଙ୍କ ଘରୁ ବିସ୍ଫୋରଣରେ ବ୍ୟବହାର ହେଉଥିବା ଜିଲୋଟିନ୍‌ ଷ୍ଟିକ, ଡେଟୋନେଟର୍‌, ସେଫ୍ଟି ଫ୍ୟୁଜ ସହ ଅନ୍ୟାନ୍ୟ ବିସ୍ଫୋରକ ମଧ୍ୟ ମିଳିଛି। ପୁଲିସ ଥାନାକୁ ସୁଦାମଙ୍କୁ ଆଣି ପଚରା ଉଚୁରା ଚଳାଇଛି। ସେ କେଉଁଠୁ ଓ କେମିତି ଏତେ ପରିମାଣର ବିସ୍ଫୋରକ ଆଣୁଥିଲେ। ଏହି କାରବାରରେ କାହାର ସଂପୃକ୍ତି ରହିଛି। କେଉଁମାନେ ବିସ୍ଫୋରକ ନେଉଥିଲେ। କେତେ ଟଙ୍କାର କାରବାର ଚାଲେ ସେ ସବୁ ବିଷୟରେ ପୁଲିସ ପୁଂଖାନୁପୁଂଖ ଜେରା କରୁଛି। ମିଳିଥିବା ସୂଚନା ଅନୁସାରେ, କଣ୍ଟାବାଂଜି ଅଞ୍ଚଳର ଜଣେ ଅଣ ଓଡ଼ିଆ ନେତା(ବାରୁଦ କାରଖାନା କରିଥିବା)ଙ୍କ ସହ ବେଲପଡ଼ାରେ ବ୍ୟବସାୟ କରୁଥିବା ଅନ୍ୟ ଜଣେ ଅଣଓଡ଼ିଆ ବ୍ୟବସାୟୀ(କ୍ରସର ଓ କ୍ୱାରିରେ)ଙ୍କ ଭୂମିକା ନେଇ ଆଲୋଚନା ଜୋର ଧରୁଛି।

ସମ୍ବନ୍ଧିତ ଖବର