ସମ୍ବଲପୁର : କୋଟ୍‌ପା ପକ୍ଷରୁ ଗୁରୁବାର ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଜିଲ୍ଲା ସ୍କୁଲ୍‌ ଛକ, ଭିଏସ୍‌ଏସ୍‌ ମାର୍ଗ, ବ୍ରୁକ୍ସ ହିଲ୍‌, ସାକ୍ଷୀପଡ଼ା ଓ ଧନକଉଡ଼ା ଆଦି ଅଞ୍ଚଳରେ ଚଢ଼ଉ କରାଯାଇ ମୋଟ ଉପରେ ୫,୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

Advertisment

ବିଦ୍ୟାଳୟ, ବସଷ୍ଟାଣ୍ଡ, ଡାକ୍ତରଖାନା ଭଳି ସର୍ବସାଧାରଣ ସ୍ଥାନଠାରୁ ୧୦୦ ୟାର୍ଡ ଦୂରତା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରି କରୁଥିବାରୁ କୋଟ୍‌ପା ଅଧୀନରେ ନିୟମ ଉଲ୍ଲଙ୍ଘନ କରିଥିବା ୩୦ଟି ଦୋକାନରୁ ଏହି ଜରିମାନା ଆଦାୟ କରାଯାଇଥିଲା। ଜିଲ୍ଲା ଏନ୍‌ଟିସିପି ପରାମର୍ଶଦାତା ସ୍ବାଗତିକା ବେହେରାଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ଅଞ୍ଜୁ ଏକ୍କା, ଡ୍ରଗ୍ସ ଇନ୍‌ସପେକ୍ଟର ସତ୍ୟନାରାୟଣ ମଲ୍ଲିକ, ଅବକାରୀ ଇନ୍‌ସପେକ୍ଟର୍‌ ବିଷ୍ଣୁଚରଣ ମଲ୍ଲିକ, ଧନୁପାଲି ଥାନା ଏଏସ୍‌ଆଇ ସତ୍ୟ ନାରାୟଣ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।