ରାୟଗଡା: ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ୩ଟି ଗାଡି ପୋଡ଼ି ଦେଇଥିବା ଜଣାଯାଇଛି। ମାଓବାଦୀମାନେ ଶରଧାପୁରରୁ ଥୁଆପଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ବିରୋଧ କରି ଆସୁଥିଲେ। କିନ୍ତୁ ସେମାନଙ୍କ ବିରୋଧକୁ ଖାତିର ନ କରି ସେଠାରେ ରାସ୍ତା କାମ ଜାରି ରହିଥିଲା। ଆଜି ମାଓବାଦୀମାନେ ଜେସିବି ସମେତ ରାସ୍ତାକାମରେ ନିୟୋଜିତ ୩ଟି ଗାଡି ଜାଳିଦେଇଛନ୍ତି।
/sambad/media/post_attachments/wp-content/uploads/2019/12/raig.jpg)
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମୁନିଗୁଡ଼ା ବ୍ଲକର ଲଙ୍ଗଳବେଡା ଗ୍ରାମରେ ପ୍ରାୟ ୧୫ ଜଣ ମାଓବାଦୀ ଆସି ଶରଧାପୁରରୁ ଥୁଆପଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ବିରୋଧ କରିଥିଲେ। ଏହାପରେ ସେମାନେ ଜେସିବି ସମେତ ରାସ୍ତାକାମରେ ନିୟୋଜିତ ୩ଟି ଗାଡ଼ି ପୋଡ଼ି ଦେଇଥିଲେ ।
/sambad/media/post_attachments/wp-content/uploads/2019/12/raig.0jpg.jpg)
ରାସ୍ତା କାମ ବନ୍ଦ ପାଇଁ ଚେତାବନୀ ଦିଆଯାଇ ଘଟଣାସ୍ଥଳରେ ୩ଟି ମାଓ ପୋଷ୍ଟର ଲଗାଇ ମାଓବାଦୀମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/raig4.jpg)