ରାୟଗଡ଼ା: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ନିକଟସ୍ଥ ଏକ ପଡିଆରେ ସର୍ବ ଭାରତୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କର ଆଦିବାସୀ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏହି ସର୍ବ ଭାବତୀୟ ଆଦିବାସୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି  ସମ୍ମିଳନୀରେ ରାୟଗଡା ଜିଲ୍ଲାରେ ବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ଏବଂ ଲାଞ୍ଜିଆସୌରା କନ୍ଧ ଜନଜାତିର ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ। ରାୟଗଡା ଜିଲ୍ଲାର ୧୮ ଜଣ ଡଙ୍ଗରିଆ କନ୍ଧ ଏବଂ ୧୦ ଜଣ ଲାଞ୍ଜିଆସୌରା କନ୍ଧ ଜନଜାତିର ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ନୂଆଦିଲ୍ଲୀରେ ଲୋକସଭା ଭବନ ଏବଂ ରାଷ୍ଟ୍ରପତି ଭବନ ବୁଲିବାର ସୁଯୋଗ ପାଇଥିଲେ।ଏଥିସହ ବାଚସ୍ପତି ଓମ ପ୍ରକାଶ ବିର୍ଲାଙ୍କୁ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାକ୍ଷାତ କରି ନିଜ ଅଂଚଳର ବିକାଶ ନେଇ ଆଲୋଚନା କରିଥିଲେ। ପରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ନିଜ ଜନଜାତି ସଂପର୍କରେ ବିସ୍ତୃତ ରିପୋର୍ଟ ଦେବା ସହ ନିଜ କୁଇ ଭାଷାରେ ଗୀତ ଗାଇ ମନ ମୋହିଥିଲେ।ସର୍ବ ଭାରତୀୟ ଆଦିବାସୀ ସମ୍ମିଳନୀରେ ରାଷ୍ଟପତିଙ୍କ ଅଭିଭାଷଣ ସେମାନଙ୍କୁ ଆକର୍ଷତ କରିଥିବା କହିଥିଲେ।ତାଂକ ସହ ଫଟୋ ଉଠାଇବର ସୁଯୋଗ ପାଇଥିବାରୁ ତାଂକୁ ଧନ୍ୟବାଦ ଦେଇଥିଲେ। ନିଜ ଅଂଚଳ ରାୟଗଡାକୁ ଆସିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ରାୟଗଡାରୁ ନୂଆଦିଲ୍ଲୀ ଗସ୍ ଏବଂ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସେମାନଙ୍କ ପାଇଁ ସ୍ବପ୍ନ ଠାରୁ ଅଧିକା ଥିଲା ବୋଲି ଏମାନେ କୁହନ୍ତି।