ବ୍ରଜରାଜନଗରରେ ଉତ୍କଳ ଏକ୍ସପ୍ରେସର ରହଣି ବାତିଲ ନେଇ ଅସନ୍ତୋଷ : ବ୍ରଜରାଜନଗର ଷ୍ଟେସନରେ ରେଳରୋକ ଆରମ୍ଭ

ବ୍ରଜରାଜନଗର: ବ୍ରଜରାଜନଗର ରେଳଷ୍ଟେସନରେ ପୂର୍ବରୁ ପୁରୀ-ଯୋଧପୁର ଓ ଉତ୍କଳ ଏକ୍ସପ୍ରେସ ଟ୍ରେନର ଷ୍ଟପେଜ ବ୍ରଜରାଜନଗରରେ ରହିଆସିଛି। କୋଭିଡ ଯୋଗୁ ରେଳ ଚଳାଚଳ ବନ୍ଦ ରହିଥିଲା। ଏବେ ଧୀରେଧୀରେ ଟ୍ରେନ ଚାଲିବା ଆରମ୍ଭ ହେବାର ଲାଗିଛି। କିନ୍ତୁ ପୁରୀ- ଯୋଧପୁର ଟ୍ରେନ ଚାଲିବା ପରେ ବ୍ରଜରାଜନଗରରେ ଷ୍ଟପେଜ କରୁନାହିଁ। ଏଥିପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଦ୍ୱିତୀୟରେ ଉତ୍କଳ ଏକ୍ସପ୍ରେସ ଟ୍ରେନ ୨୭ ତାରିଖରୁ ଚାଲିବା ଆରମ୍ଭ କରିଛି। କିନ୍ତୁ ସେମଧ୍ୟ ବ୍ରଜରାଜନଗର ଷ୍ଟପେଜ କରିବ ନାହିଁ ବୋଲି ଜଣାପଡ଼ିବା ପରେ ଲୋକଙ୍କ ଭିତରେ ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଛି।ଏସମ୍ପର୍କରେ ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ଲିଖିତ ଭାବେ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ବିଲାସପୁର ଡିଭିଜନ ଜି ଏମଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ଗତକାଲି ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବ୍ରଜରାଜନଗର ନାଗରିକ କମିଟି ଓ ଏ ଆର ଏମ ଡ଼ ପିୟୁସ ଲହେରଙ୍କୁ ନେଇ ହୋଇଥିଲା। କିନ୍ତୁ ଏହା ଫଳପ୍ରଦ ହୋଇନଥିଲା। ଶେଷରେ ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ବ୍ରଜରାଜନଗର କଲ୍ୟାଣମଣ୍ଡପ ପରେ ପୁନର୍ବାର ରାତିରେ ଅନୁଷ୍ଠିତ ବୈଠକରେ ଆଜି ରେଳରୋକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଜି ଉତ୍କଳ ଏକ୍ସପ୍ରେସ ଟ୍ରେନ ଆସିବା ପୂର୍ବରୁ ଦିନ ୧୦ଟାରୁ ରେଳରୋକ ଆନ୍ଦୋଳନକୁ ସହରବାସୀ ଓହ୍ଲାଇଛନ୍ତି।
ଆଜି ଅନୁଷ୍ଠିତ ଏହି ରେଳରୋକ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରୱାଲ, ପ୍ରମୋଦ ପଣ୍ଡା, , ରେଲୱେ ଉପଭୋକ୍ତା ପରାମର୍ଶଦାତା କମିଟି ସଭ୍ୟ ଅମରେନ୍ଦ୍ର ରାୟ, ଗୁଡୁ ରାୱଲାନି, ତପନ ପ୍ରଧାନ, ରୁକ୍ମଣ ଧୁରୁଆ, ସଂଯୁକ୍ତା ମହାପାତ୍ର, କମଳ ଗୋଏଲ, ଆଦି ଶତାଧିକ ସହରବାସୀ ୩ ଓ ୪ ନମ୍ବର ପ୍ଲାଟଫର୍ମ ଉପରେ ବସି ରହି ରେଳରୋକ କରଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଟ୍ରେନ ବ୍ରଜରାଜନଗର ଷ୍ଟେସନ ଆସିନାହିଁ।

ସମ୍ବନ୍ଧିତ ଖବର