କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ବର : ପୂର୍ବତଟ ରେଳପଥ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ ଆଜି ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହ ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ସଦସ୍ୟ, ଶିଳ୍ପ, ପିଏସୟୁ, ଯାତ୍ରୀ ସଙ୍ଗଠନ ସଦସ୍ୟ, ଖାଉଟି ସଙ୍ଗଠନ ସଭ୍ୟ ପ୍ରମୁଖ ଅଂଶଗ୍ରହଣ କରି ସେମାନଙ୍କର ବହୁ ମୂଲ୍ୟ ମତ ଓ ପରାମର୍ଶ ପ୍ରଦାନ କରିଥିଲେ। ପୂର୍ବତଟ ରେଳପଥ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସଦସ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପି କେ ଲିଙ୍ଗେଶ୍ୱର ରାଓ, ଏନ ଗଜପତି ରାଓ, ଜି ଭକ୍ତ ସାଇରାମ, ଏ ଏସ ଆର କେ ରବି ବାବଜି, ରାଜା ମିଶ୍ର, ରଶିଦ ଆସ୍ଲାମ, ଦୁର୍ଗା ଦତ୍ତ ଦାସ, ପ୍ରଶାନ୍ତ ପାତ୍ର, ଅନିଲ କୁମାର ଜୈନ, ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ। ଏହି ବୈଠକରେ ଯାତ୍ରୀ ସୁବିଧା ଓ ସେବା ସହିତ ସାଧାରଣ ଚାହିଦା ଓ ଅନ୍ୟାନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ବରିଷ୍ଠ ଉପମହାପ୍ରବନ୍ଧକ ଏଚ କେ ଦତ୍ତ ଓ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସମ୍ପାଦକ ତଥା ରେଳପଥର ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏହି ବୈଠକକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର