କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସ୍‌ରେ ଅଘଟଣ : ଡବା ରହିଗଲା, ଇଂଜିନ ଚାଲିଗଲା

ସୋର : ଆଜି ସୋର ନିକଟବର୍ତ୍ତୀ ଦାଣ୍ଡହରିପୁର ରେଳ ଗେଟ୍‌ ନିକଟରେ ରେଳ ଚଳାଚଳକୁ ନେଇ ଏକ ଅଘଟଣ ଘଟିିଛି। ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇ ଯାଇଛି କାମାକ୍ଷା-ଯଶୋବନ୍ତପୁର ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌। ଏହି ଟ୍ରେନର ଇଂଜିନ ଡବାଗୁଡ଼ିକରୁ ଅଲଗା ହୋଇ ରେଳ ଧାରଣାରେ ଆଗକୁ କିଛି ଦୂର ପଳାଇ ଆସିଥିଲା। ଏହା ଜାଣିପାରି ଟ୍ରେନ୍‌ର ଡ୍ରାଇଭର ପୁଣି ଇଂଜିନକୁ ପଛକୁ ନେଇ ଡବା ସହ ସଂଯୋଗ କରି ଫେରିଥିଲେ। ଯାହାଫଳରେ ଏକ ବଡ଼ ଦୁର୍ଘଟଣାରୁ ଟ୍ରେନ୍‌ର ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି। ସୂଚନାନୁଯାୟୀ, ଆଜି ଅପରାହ୍‌ଣ ୩.୩୫ରେ କାମାକ୍ଷାରୁ ଯଶୋବନ୍ତପୁର ଯାଉଥିବା ୧୨୫୫୨ ଅପ୍‌ ଟ୍ରେନ୍‌ଟି ଦାଣ୍ଡରହିପୁର ଗେଟ୍‌ ଅତିକ୍ରମ କରିବା ପରେ ଇଂଜିନଟି ଅଲଗା ହୋଇ ଚାଲିଆସିଥିଲା। ଏହି ସମୟରେ ଯାତ୍ରୀ ଭର୍ତ୍ତି ଡବା ଗୁଡ଼ିକ ଅଟକି ରହିଥିଲା। କିଛି ସମୟ ପରେ ଡ୍ରାଇଭର ଜାଣିପାରି ସୋର ଷ୍ଟେସନ୍‌ ପୂର୍ବରୁ ଇଜିଂନ୍‌ଟିକୁ ପଛକୁ ନେଇଥିଲେ। ପୁଣି ଡବା ସଂଯୋଗ କରି ଅଧଘଣ୍ଟା ବିଳମ୍ବରେ ଟ୍ରେନ୍‌ଟି ଯାଇଥିଲା।

ସମ୍ବନ୍ଧିତ ଖବର