ବ୍ରଜରାଜନଗର: ବ୍ରଜରାଜନଗର ରେଲୱେ କଲୋନିରେ ରହୁଥିବା ଓମ୍‌ ପ୍ରକାଶ ମିଶ୍ର(୪୨) ଗତ ୨ଦିନ ତଳେ ବିଷ ପିଇଥିଲେ। ପରିବାର ଲୋକ ଚିକିତ୍ସା ପାଇଁ ପ୍ରଥମେ ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶନିବାର ତାଙ୍କ ମୃତ୍ୟୁ ଘଟିଥିଲା।

Advertisment

ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସେ ରେଲୱେ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଓମ୍‌ପ୍ରକାଶଙ୍କ ଘର ଛତିଶଗଡ଼ କୋର୍ବାରେ ବୋଲି ଜିଆର୍‌ପି ସୂଚନା ଦେଇଛି।