ରେଳ ଅଧୁନିକୀକରଣ କାର୍ଯ୍ୟ: ୧୧ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମାର ପଲାସା-କୋଟାଭାଲାସା ରେଳ ସେକ୍ସନର ବିଜୟନଗରମ୍‌ ଓ କୋରୁକୋଣ୍ଡା ଷ୍ଟେସନ ମଧ୍ୟରେ ଏବଂ ପୁଣ୍ଡୁରି ଓ ଦୁସି ଷ୍ଟେସନ ମଧ୍ୟରେ ରେଳ ଧାରଣା ତଳେ ଉପମାର୍ଗ ନିର୍ମାଣ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୧୧ଟି ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି।

ବାତିଲ୍‌ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ସ୍ପେଶାଲ୍(୦୭୦୧୬) ସିକନ୍ଦରାବାଦରୁ ଅଗଷ୍ଟ ୮ରେ, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ(୦୭୦୧୫) ଭୁବନେଶ୍ୱରରୁ ଅଗଷ୍ଟ ୧୦ରେ, ଚେନ୍ନାଇ-ହାଓଡ଼ା ସ୍ପେଶାଲ (୦୨୮୨୨) ଚେନ୍ନାଇରୁ ଅଗଷ୍ଟ ୮ରେ, ଭାସ୍କୋଡାଗାମା-ହାଓଡ଼ା ଅମରାବତୀ ସ୍ପେଶାଲ(୦୮୦୪୮) ଭାସ୍କୋଡାଗାମାରୁ ଅଗଷ୍ଟ ୮ରେ, ଗୁଣ୍ଟୁର-ରାୟଗଡା-ଗୁଣ୍ଟୁର ସ୍ପେଶାଲ (୦୭୨୪୩/୦୭୨୪୪) ଗୁଣ୍ଟୁରରୁ ଅଗଷ୍ଟ ୮ ଓ ରାୟଗଡାରୁ ଅଗଷ୍ଟ ୯ରେ, ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ(୦୨୮୭୩) ହାଓଡ଼ାରୁ ଅଗଷ୍ଟ ୮ରେ, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ସ୍ପେଶାଲ (୦୮୫୨୨/୦୮୫୨୧) ଉଭୟ ପାର୍ଶ୍ୱରୁ ଅଗଷ୍ଟ ୯ରେ, ବିଶାଖାପାଟଣା-ଭୁବନେଶ୍ୱର-ବିଶାଖାପାଟଣା ସ୍ପେଶାଲ(୦୮୫୭୦/୦୮୫୬୯) ଉଭୟ ପାର୍ଶ୍ୱରୁ ଅଗଷ୍ଟ ୯ରେ ବାତିଲ ରହିବ। ଏଥିସହ ୧୧ଟି ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ କରାଇବାକୁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର