ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ଏକାଠି, ଗଣ ଆନ୍ଦୋଳନ ୬ରେ

ପୁରୁଣାକଟକ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶନିବାର ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସମିତିର ସଭାପତି ସଲିଳ ଭୋକ୍ତାଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ମହାଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସଂଗ୍ରାମ ସମିତିର ସାଧାରଣ ସଂପାଦକ ଜନ୍ମେଜୟ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ରଖି କହିଲେ ଯେ, ସରକାର  ଏକ ସୁଚିନ୍ତିତ ଷଡ଼ଯନ୍ତ୍ରକରି କ୍ଷତିଗ୍ରସ୍ତ ପ୍ରଜାଙ୍କଠାରୁ ନିହାତି ଶସ୍ତା ଶାଗ ମାଛ ଦରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏପରିକି ୯୯ଟି ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କ ଠାରୁ ଜମି ଅଧିଗ୍ରହଣ କରୁଛନ୍ତି। ଜମି ହରାଉଥିବା ପ୍ରଜାମାନଙ୍କୁ ଜମିର ନିର୍ଧାରିତ ମୂଲ୍ୟଠାରୁ କମ୍ ଦରରେ ଦିଆଯିବା ଏବଂ ଏହି ସଂଗ୍ରାମ ସମିତିର ଉପଦେଷ୍ଟା ପ୍ରଦୋଷ ମିଶ୍ର ଭାରତ ସରକାରଙ୍କ ୨୦୧୩ ଓ ରାଜ୍ୟ ସରକାରଙ୍କ ସଂଶୋଧିତ ଜମି ଅଧିଗ୍ରହଣ ଆଇନ୍, ୨୦୧୬ର ବିଭିନ୍ନ ଧାରା, ଉପଧାରା ଓ ଅନୁଛେଦ ଉପରେ ସବିଶେଷ ଆଲୋକପାତ ହୋିଥିଲା। କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ, ବିସ୍ଥାପିତଙ୍କୁ ଥଇଥାନ ସହ ନୂତନ ଘରବାରି ପ୍ରଦାନ, ଏବଂ ନୂତନ ଘର ନିର୍ମାଣ କରି ଥଇଥାନ କରାଯାଉ, ଏପରିକି ମେଟ୍ରିକ ଠାରୁ ଉଚ୍ଚ ଶିକ୍ଷା ପାଇଁଁ ବ୍ୟବସ୍ଥା ସହ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ପ୍ରଶିକ୍ଷଣ ଦେବା ସହ, ବିନା ଗ୍ୟାରେଣ୍ଟିରେ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ୍, ସେବା ସମବାୟ ସମିତି ପକ୍ଷରୁ ୧୦ ଲକ୍ଷ ଟଙ୍କା ପଯ୍ୟନ୍ତ ଲୋନ୍ ପ୍ରଦାନ କରାଯାଉ ବୋଲି ସଂଗ୍ରାମ ସମିତିର ଉପଦେଷ୍ଟା ପ୍ରଦୋଷ ମିଶ୍ର ଆଲୋକପାତ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପର କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ନେଇ ଗଣତାନ୍ତ୍ରିକ ଆନ୍ଦୋଳନକୁ ସୁଦୃଢ କରିବା ପାଇଁ ଆସନ୍ତା ଫେବ୍ରୁଆରି ୬ ତାରିଖରେ ଗଣଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର