ବାତ୍ୟା ଯୋଗୁଁ ରେଳ ସେବା ପ୍ରଭାବିତ: ୨୧ଟି ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ବାତ୍ୟା ‘ଗୁଲାବ୍’ ଯୋଗୁଁ ପୂର୍ବତଟ ରେଳପଥ ଅଧୀନ‌ରେ ରେଳସେବା ପ୍ରଭାବିତ ହୋଇଛି। ୨୧ଟି ଟ୍ରେନ୍‌କୁ ବାତିଲ୍ କରାଯାଇଛି। ବାତିଲ୍‌ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଲା, ୨୭ ତାରିଖରେ ପୁରୀ-ଗୁଣୁପୁର ସ୍ପେସାଲ(୦୮୪୧୭) ପୁରୀରୁ, ୨୮ ତାରିଖରେ ଗୁଣୁପୁର-ପୁରୀ ସ୍ପେସାଲ୍(୦୮୪୧୮) ଗୁଣୁପୁରରୁ, ୨୭ ତାରିଖରେ ବିଶାଖାପାଟଣା-ରାୟପୁର ସ୍ପେସାଲ୍ (୦୮୫୨୮) ବିଶାଖାପାଟଣାରୁ, ରାୟପୁର-ବିଶାଖାପାଟଣା ସ୍ପେସାଲ୍(୦୮୫୨୭) ରାୟପୁରରୁ, ବିଶାଖାପାଟଣା-ଗୁଣୁପୁର ସ୍ପେଶାଲ୍(୦୮୫୨୨) ବିଶାଖାପାଟଣାରୁ, ଗୁଣୁପୁର-ବିଶାଖାପାଟଣା ସ୍ପେସାଲ୍(୦୮୫୨୧) ଗୁଣୁପୁରରୁ, ପୁରୀ-ଶାଲିମାର ସ୍ପେସାଲ୍ (୦୮୪୬୬) ପୁରୀରୁ ବାତିଲ୍‌ ହୋଇଛି। ୨୮ ତାରିଖ‌ରେ ଶାଲିମାର-ପୁରୀ ସ୍ପେସାଲ୍(୦୮୪୬୫) ଶାଲିମାରରୁ, ୨୭ରେ ବିଶାଖାପାଟଣା-କିରାଣ୍ଡୁଲ୍ ସ୍ପେଶାଲ୍ (୦୮୫୧୬) ବିଶାଖାପାଟଣାରୁ, କିରାଣ୍ଡୁଲ-ବିଶାଖାପାଟଣା ସ୍ପେସାଲ୍(୦୮୫୧୫) କିରାଣ୍ଡୁଲରୁ ୨୭ ତାରିଖ ଦିନ ଜଗଦଲପୁର ଓ ବିଶାଖାପାଟଣା ମଧ୍ୟରେ ବାତିଲ୍ ରହିବ।

ଏହାବ୍ୟତୀତ ପୂର୍ବତଟ ରେଳପଥର ୱାଲଟିୟର୍‌ ଡିଭିଜନ୍ ଅନ୍ତର୍ଗତ ବିଶାଖାପାଟଣା-ବିଜୟନଗରମ୍‌-ରାୟଗଡ଼ା ରେଳ ବିଭାଗ ମଧ୍ୟରେ ରେଳ ଟ୍ରାକ୍ ଉପରେ ଜଳ ପ୍ରବାହ ଓ ପାଣି ଜମି ରହିବା ଦୃଷ୍ଟିରୁ କିଛି ଟ୍ରେନ୍‌ ବାତିଲ୍‌ ହୋଇଛି। ୨୭ତାରିଖ ପାଇଁ ବିଶାଖାପାଟଣା-ରାୟଗଡ଼ା ସ୍ପେସାଲ୍(୦୮୫୦୮) ବିଶାଖାପାଟଣାରୁ, ରାଉରକେଲା-ଜଗଦଲପୁର ସ୍ପେସାଲ୍(୦୮୧୦୭) ରାଉରକେଲାରୁ, ୨୮ ତାରିଖରେ ରାୟଗଡ଼ା-ବିଶାଖାପାଟଣା ସ୍ପେସାଲ୍(୦୮୫୦୭) ରାୟଗଡ଼ାରୁ, ଜଗଦଲପୁର-ରାଉରକେଲା ସ୍ପେସାଲ୍( ୦୮୧୦୮) ଜଗଦଲପୁରରୁ, ୨୭ ତାରିଖରେ ବିଶାଖାପାଟଣା-କୋରବା ସ୍ପେସାଲ୍ (୦୮୫୧୮) ବିଶାଖାପାଟଣାରୁ, କୋରବା-ବିଶାଖାପାଟଣା ସ୍ପେସାଲ୍ (୦୮୫୧୭) କୋରବାରୁ, ଭୁବନେଶ୍ୱର-ଜଗଦଲପୁର ସ୍ପେସାଲ୍ (୦୮୪୪୫) ଭୁବନେଶ୍ୱରରୁ, ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ସ୍ପେସାଲ୍(୦୨୦୯୭) ଭୁବନେଶ୍ୱରରୁ, ୨୮ ତାରିଖରେ ଜଗଦଲପୁର-ଭୁବନେଶ୍ୱର ସ୍ପେସାଲ୍(୦୮୪୪୬) ଜଗଦଲପୁରରୁ, ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ସ୍ପେସାଲ୍(୦୨୦୯୮) ଜୁନାଗଡ଼ ରୋଡ୍‌ରୁ ବାତିଲ କରାଯାଇଛି। ଚେନ୍ନାଇ-ହାଓଡ଼ା ସ୍ପେସାଲ(୦୨୮୨୨) ଚେନ୍ନାଇରୁ ଆଜି ସନ୍ଧ୍ୟା ୭ଟା ୧୫ ପରିବର୍ତ୍ତେ ୨୮ ତାରିଖ ପୂର୍ବାହ୍ନ ୯ଟା ୩୦ରେ ଛାଡ଼ିବ। ଏହାବ୍ୟତୀତ ଲଗାଣ ବର୍ଷା ଯୋଗୁଁ ରେଳଧାରଣା ଉପରେ ଜଳ ପ୍ରବାହ ଓ ପାଣି ଜମି ରହିବା ସହ ବିଶାଖାପାଟଣା ଅଞ୍ଚଳରେ ବର୍ଷା ପାଣି ଜମି ରହିବା, କୋଚିଂ ଡିପୋଠାରେ ଜଳମଗ୍ନ ଯୋଗୁଁ କିଛି ଟ୍ରେନ୍ ବିଶାଖାପାଟଣା ଛାଡ଼ିବାରେ ବିଳମ୍ବ ହୋଇପାରେ।

ସମ୍ବନ୍ଧିତ ଖବର