ଅନୁଗୁଳ: ଅନୁଗୁଳ ଜିଲ୍ଲା ବାମୁର ଠାରେ ବଲାଙ୍ଗୀର- ଭୁବନେଶବର ଇଣ୍ଟରସିଟି ଟ୍ରେନ ରହଣି ଦାବିରେ ଆଜି ସକାଳୁ ବାମୁର ଠାରେ ୧୨ ଘଣ୍ଟିଆ ରେଳରୋକ କରାଯାଉଛି । ଫଳରେ ଏହି ରାସ୍ତା ଦେଇ ଟ୍ରେନ୍ ଚଳାଚଳ ବନ୍ଦ ରହିଥିବା ବେଳେ ବିଭିନ୍ନ ଷ୍ଟେସନରେ ଟ୍ରେନ୍ଗୁଡ଼ିକ ଅଟକି ରହିଛିି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଏହି ୧୨ ଘଣ୍ଟିଆ ଆନ୍ଦୋଳନ ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବାମୁର ଠାରେ ବଲାଙ୍ଗୀର- ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ୍୍ର ରହଣି ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ। ତେଣୁ ଏହାକୁ ନେଇ ଦଳମତ ନିର୍ବିଶେଷରେ ଆଜି ବାମୁର ବନ୍ଦ ସହିତ ୧୨ ଘଣ୍ଟିଆ ରେଳରୋକ କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୀବ ସାହୁଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି। ଆନ୍ଦୋଳନକାରୀମାନେ ଷ୍ଟେସନରେ ବସି ରହି ରେଳରୋକ କରୁଛନ୍ତି। ତେବେ ଏଥିପାଇଁ ବାମୁର-କିଶୋରନଗର ରେଳରୋକ କମିଟି ଗଠିତ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୀବ କୁମାର ସାହୁ ଏହାର ସଭାପତି ଥିବା ବେଳେ ସଞ୍ଜୀବ କୁମାର ପ୍ରଧାନ ସମ୍ପାଦକ ତଥା ଆବାହକ ରହିଛନ୍ତି। ଏହି କମିଟିରେ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ବିଜେପି, କଂଗ୍ରେସ ଦଳର ନେତା ଙ୍କ ସହିତ ସମାଜସେବୀମାନଙ୍କୁ ସାମିଲ କରାଯାଇ ଏକ ବୃହତ କମିଟି ଗଠନ କରାଯାଇଛି।
ଅନୁଗୁଳ: ଇଣ୍ଟରସିଟି ଟ୍ରେନ ରହଣି ଦାବିରେ ବାମୁର ଠାରେ ୧୨ ଘଣ୍ଟିଆ ରେଳରୋକ
/sambad/media/post_attachments/wp-content/uploads/2018/12/angul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)