ବ୍ରଜରାଜନଗର: ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ରେଳରୋକୋ କରିବା ସହ ବ୍ରଜରାଜନଗର ବନ୍ଦ ଡାକରା ଦେଇଛି ନାଗରିକ ମଞ୍ଚ। ଆଜି ସକାଳ ୬ ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ ବୋଲି ଚେତାବନୀ ଦେଇଛି ବ୍ରଜରାଜନଗର ନାଗରିକ ମଞ୍ଚ। ବ୍ରଜରାଜନଗର ରେଳ ଧାରଣା ରେ ବସିଛନ୍ତି ଶହ ଶହ ଲୋକ।
/sambad/media/post_attachments/wp-content/uploads/2022/05/7b14860b-9ea8-4d19-8938-fbf42cca8463.jpg)
ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବ୍ରଜରାଜନଗର ନାଗରିକ ମଞ୍ଚଙ୍କ ସହିତ ବିଭିନ୍ନ ରାଜନୈତିକ ଦଳ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ସମର୍ଥନ ଜଣାଇଛି। ବ୍ରଜରାଜନଗରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଠାରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନର ରହଣି ଦାବିରେ ଆନ୍ଦୋଳନ କରାଯାଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/bee851bd-3357-42ad-968e-c1d684153f76.jpg)