ସମ୍ବଲପୁର: ସମ୍ବଲପୁର ରେଳ କୋଚିଂ ଡିପୋଠାରେ ନବନିର୍ମିତ ୧୪୦ ଟନ୍ ବ୍ରେକ୍ଡାଉନ୍ କ୍ରେନ୍ ସେଡ୍କୁ ମଙ୍ଗଳବାର ମଣ୍ଡଳ ରେଳ ପ୍ରବନ୍ଧକ ବିନିତ୍ ସିଂହ ଉଦ୍ଘାଟନ କରିଛନ୍ତି। ରେଳଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ରେଳବାଇ ତତ୍ପରତାର ସହ କାମ କରୁଛି ବୋଲି ଏହି ଅବସରରେ ଶ୍ରୀ ସିଂହ କହିଥିଲେ।
ସେଥି ପାଇଁ ରେଳବାଇ ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ ଉପରେ ଗୁରୁତ୍ବ ଦେଉଥିବା କହିଥିଲେ। ଏହି କ୍ରମରେ କ୍ରେନ୍ ରକ୍ଷଣାବେକ୍ଷଣ ଓ ମରାମତି ସେଡ୍ ତିଆରି କରା ଯାଇଥିବା ସେ ସୂଚନା ଦେଇଥିଲେ। ଏହି ଅବସରରେ ଏଡିଆର୍ଏମ୍ ଆନନ୍ଦ ସିଂହ ଓ ଅନ୍ୟ ରେଳବାଇ କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/20-3.jpg)