ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ସ୍ଥାନୀୟ ରେଳବାଇ ଅଡିଟରିୟମ୍‌ରେ ପେଟ୍ରୋଲିୟମ୍‌, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ତଥା ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନୋଜ ସିହ୍ନା ସୋମବାର ଦିନ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ କେତେକ ରେଳବାଇ ସୁବିଧାର ଉଦ୍‌ଘାଟନ କରିବା ଅବସରରେ ଓଡ଼ିଶା ଦେଇ ଯାତାୟାତ କରୁଥିବା କେତେକ ଟ୍ରେନ୍‌ର ନୂତନ ରହଣି ସ୍ଥାନ ବିଷୟ ଘୋଷଣା କରିଛନ୍ତି।

Advertisment

ସମ୍ବଲପୁରବାସୀଙ୍କ ଲାଗି ଖୁସୀ ଖବର ଦିଲ୍ଲୀ-ରାଏଗଡ଼ ଗୋଣ୍ଡ୍‌ଓ୍ଵାନା ଏକ୍ସ୍‍ପ୍ରେସର ଗତିପଥ ସମ୍ପ୍ରସାରିତ ହୋଇଛି। ବର୍ତମାନ ଝାରସୁଗୁଡ଼ା ରୋଡ୍‌ ଦେଇ ଗୋଣ୍ଡ୍‌ଓ୍ଵାନା ଏକ୍ସ୍‍ପ୍ରେସ୍‌ ଟ୍ରେନ୍‌ ସମ୍ବଲପୁର ପର୍ଯ୍ୟନ୍ତ ଆସିବ।

ଏହାଛଡ଼ା ସେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନୂତନ ଏସ୍କେଲେଟର୍‌ର ଶିଳାନ୍ୟାସ ଓ ବ୍ରହ୍ମପୁର ରେଳବାଇ ଷ୍ଟେସନ୍‌ରେ ନୂଆ ଏସ୍କେଲେଟ୍‌ର ଓ ଫୁଟ୍‌ଓଭର୍‌ ବ୍ରିଜ୍‌ ଏବଂ ତାଳଚେର ରେଳ ଷ୍ଟେସନ୍‌ ସର୍କ୍ୟୁଲେଟିଙ୍ଗ୍‌ ଅଞ୍ଚଳର ଉନ୍ନତିକରଣ ଆଦି ଉଦଘାଟନ କରିଛନ୍ତି।

ପୂର୍ବତଟ ରେଳବାଇକୁ ବିଭାଜନ କରିବାକୁ ରେଳମନ୍ତ୍ରାଳୟ କରୁଥିବା ଯୋଜନାକୁ ବିରୋଧ କରି ଅଡିଟରିୟମ୍‌ ବାହାରେ ପ୍ଲାକାର୍ଡ ଧରି ବିଜେଡି ତରଫରୁ ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା।

ତାଳଚେର ଦେଇ ସପ୍ତାହକୁ ତିନି ଦିନ ସମ୍ବଲପୁରରୁ ଶାଲିମାର ଏକ୍ସପ୍ରେସ୍‌ ଚଳାଚଳ କରିବ।

ଢେଙ୍କାନାଳ ରେଳ ଷ୍ଟେସନ୍‌ରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ର (୨୦୮୧୭/୧୮) ରହଣି

ବାଲେଶ୍ୱର ରେଳ ଷ୍ଟେସନ୍‌ରେ ହାଓଡ଼ା-ସତ୍ୟସାଇ ନିଳୟ ପ୍ରଶାନ୍ତି ଏକ୍ସ୍‍ପ୍ରେସ୍‌ର (୨୨୮୩୧/୩୨) ରହଣି

ବାଲେଶ୍ୱର ରେଳ ଷ୍ଟେସନ୍‌ରେ ହଳଦିଆ-ମାଡ୍ରାସ୍‌ ସୁପରଫାଷ୍ଟ୍‍ ଏକ୍ସପ୍ରେସ୍‌ର (୨୨୬୧୩/୧୪) ରହଣି

ଭଦ୍ରକ ରେଳ ଷ୍ଟେସନ୍‌ରେ ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ୍‌ର (୧୨୬୬୫/୬୬) ରହଣି

ଜଳେଶ୍ୱର ରେଳ ଷ୍ଟେସନ୍‌ରେ ପୁରୁଲିଆ-ବିଲ୍ଲପୁରମ୍‌ ଏକ୍ସପ୍ରେସ୍‌ର (୨୨୬୦୫/୦୬) ରହଣି

କଣାସ ରେଳ ଷ୍ଟେସନ୍‌ରେ ପାରାଦୀପ-ପୁରୀ ଏକ୍ସ୍‍ପ୍ରେସ୍‌ର (୧୮୪୧୩/୧୪) ରହଣି

ମାର୍କୋଣା ରେଳ ଷ୍ଟେସନ୍‌ରେ ହାଓ୍ଵଡ଼ା-ପୁରୀ ଏକ୍ସପ୍ରେସ୍‌ର (୧୨୮୨୧/୨୨) ରହଣି

ଢେଙ୍କାନାଳ ରେଳ ଷ୍ଟେସନ୍‌ରେ ଏନଡିଏଲ୍‌ଏସ୍‌-ପୁରୀ ନୀଳାଚଳ ସୁପରଫାଷ୍ଟ୍‍ ଏକ୍ସ୍‍ପ୍ରେସ୍‌ (୧୨୮୭୫/୧୨୮୭୬) ରହଣି

ଢେଙ୍କାନାଳ ରେଳ ଷ୍ଟେସନ୍‌ରେ କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର୍‌ ଟ୍ରେନ୍‌ର (୫୮୪୨୫/୫୮୪୨୬) ରହଣି

କଣାସ ରେଳ ଷ୍ଟେସନ୍‌ ଠାରେ ବଡ଼ବିଲ-ପୁରୀ ପାସେଞ୍ଜର ଟ୍ରେନ୍‌ର (୧୮୪୧୫/୧୬) ରହଣି