ଭୁବନେଶ୍ୱର: ତିନିଦିନ ଧରି ଚାଲିଥିବା ଅନ୍ତଃରେଳବାଇ ସାଂସ୍କୃତିକ (ନାଟକ) ପ୍ରତିଯୋଗିତା ସୋମବାର ଦିନ ସ୍ଥାନୀୟ ରେଳ ସଭାଗାରଠାରେ ଉଦ୍ଯାପିତ ହୋଇଯାଇଛି। ଏଥିରେ ଉତ୍ତରପୂର୍ବ ସୀମାନ୍ତ ରେଳପଥ, ଗୌହାଟି ଚାମ୍ପିଅନ୍ ହୋଇଛି। କେନ୍ଦ୍ରୀୟ ରେଳବାଇ ଓ ବାରଣାସୀ ଡିଏଲ୍ଡବ୍ଲ୍ୟୁ ଯଥାକ୍ରମେ ପଥମ ଓ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳ ଓ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ପ୍ରଧାନ ମୁଖ୍ୟ କାର୍ମିକ ଅଧିକାରୀ ମଞ୍ଜୁ ରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp