ସମ୍ବଲପୁର: ରେଳ ଚଳାଚଳବେଳେ ନିରାପତ୍ତା ନିୟମ ଅନୁପାଳନ ସହ ଅତିରିକ୍ତ ସତର୍କତା ଅବଲମ୍ବନ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବଲପୁର ରେଳ ମଣ୍ଡଳ ତରଫରୁ ୪ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଏହି କର୍ମଚାରୀମାନେ ହେଲେ ବାମୁର ଷ୍ଟେସନ ମାଷ୍ଟର୍ ସତ୍ୟବାନ ବାରିକ, ଟିଟିଲାଗଡ଼ର ମାଲ୍ବାହୀ ଟ୍ରେନ୍ ମ୍ୟାନେଜର ଆର୍ ଅଞ୍ଜନେୟୁଲୁ, କୋମାଖାନର ପଏଣ୍ଟସମ୍ୟାନ୍(ବି) ଜଲନ୍ଧର, ମହାସମୁନ୍ଦର ପଏଣ୍ଟସମ୍ୟାନ୍(ଏ) ଏସ୍କେ ଜଂଘେଲ।
ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ବିନିତ ସିଂହ ଏହି କର୍ମଚାରୀମାନଙ୍କୁ ଅର୍ଥ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଡିଆର୍ଏମ୍ ଆନନ୍ଦ ସିଂହ, ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ ତନ୍ମୟ ମୁଖୋପାଧ୍ୟାୟ, ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ ଏସ୍କେ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/19-22.jpg)