ବଲାଣି ପରିଦର୍ଶନ କଲେ ଦକ୍ଷିଣ-ପୂର୍ବ ରେଳପଥ ମହାପ୍ରବନ୍ଧକ : ବଲାଣିରୁ ଚାଲିବ ଟାଟା-ବଡ଼ବିଲ ପାସେଞ୍ଜର୍‌ ଟ୍ରେନ୍‌

କେନ୍ଦୁଝର : ବଲାଣିରୁ ଚାଲିବ ଟାଟା-ବଡ଼ବିଲ ପାସେଞ୍ଜର୍‌ ଟ୍ରେନ୍‌। ଆଜି ବଲାଣି ପରିଦର୍ଶନବେଳେ ଦକ୍ଷିଣପୂର୍ବ ରେଳପଥର ମହାପ୍ରବନ୍ଧକ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଲଳିତ ଚନ୍ଦ୍ର ତ୍ରିବେଦୀ ବଲାଣି ଖଣି ଅଞ୍ଚଳରେ ଥିବା ଷ୍ଟେସନକୁ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ବଲାଣି ବିକାଶ ପରିଷଦର ପ୍ରତିନିଧିମାନେ ତାଙ୍କୁ ଭେଟି ବଲାଣିରୁ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କରିଥିଲେ। ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଟାଟା-ବଡବିଲ ପାସେଞ୍ଜର ଟ୍ରେନ୍‌କୁ ଚଳାଚଳ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ନେଇ ସେ ସୂଚନା ଦେଇଥିଲେ। ଆଲୋଚନାବେଳେ ବିକାଶ ପରିଷଦର ଆବାହକ ଶୁଭାଶିଷ ନନ୍ଦ, ସଭାପତି ଲମ୍ବୋଦର ପଲେଇ, ସଂପାଦକ ଶିବାଶିଷ ନନ୍ଦ ଓ କମଳଲୋଚନ ମହାନ୍ତି ଉପସ୍ଥିତ ଥିଲେ।

ବଲାଣି ଖଣି ଅଞ୍ଚଳ ପରିଦର୍ଶନ ସମୟରେ ମହାପ୍ରବନ୍ଧକ ଶ୍ରୀ ତ୍ରିବେଦୀଙ୍କ ସହିତ ବଲାଣି ଖଣିର ମହାପ୍ରବନ୍ଧକ ଅରୁଣ କୁମାର ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର