ରେଳଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତ୍ତିଲା ଚେନ୍ନାଇ-ହାଓଡ଼ା ମେଲ

ଭୁବନେଶ୍ଵର: ରେଳଗାର୍ଡ଼ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଏକ ବଡ ଦୁର୍ଘଟଣାକୁ ଏଡାଇଦିଆଯାଇପାରିଛି | ଆଜି ସକାଳେ ଆନ୍ଧ୍ରପ୍ରଦେଶର ସୋମପେଟା ଠାରେ ଏକ ବଡ ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥିଲା। ମିଳିଥିବା ସୂଚନା ମୁତାବକ ୦୨୮୨୨ ଚେନ୍ନାଇ ହାଓଡ଼ା ମେଲ୍ ସ୍ପେଶାଲ ଟ୍ରେନ ଆସୁଥିବାବେଳେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା | ଟ୍ରେନ ଗାର୍ଡ ଶେଷ ବଗିର ପୂର୍ବ ବଗିରେ ଏହି ଯାନ୍ତ୍ରିକ ତ୍ରୁଟି ଥିବାର ଦେଖିଥିଲେ |

ଟ୍ରେନର ଏହି ସ୍ଲିପର ବଗିର ହଟ ଏକସେଲରେ ତ୍ରୁଟି ଥିବା ନେଇ ତୁରନ୍ତ ସେ ରେଳ ଡ୍ରାଇଭରଙ୍କୁ ଜଣାଇଥିଲେ | ଆନ୍ଧ୍ରପ୍ରଦେଶର ସୋମପେଟା ଷ୍ଟେସନରେ ଟ୍ରେନକୁ ଅଟକାଯାଇ ଏହି ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା | ଜଣେ ରେଳ ଅଧିକାରୀ କହିଛନ୍ତି ଯେ କୋଚରେ ପ୍ରାୟ ୯୦ ଜଣ ଯାତ୍ରୀ ଥିବାବେଳେ ଚେନ୍ନାଇ-ହାଓଡ଼ା ମେଲର ଅନ୍ୟ ବଗିରେ ଏହି ଯାତ୍ରୀମାନଙ୍କୁ ଭୁବନେଶ୍ୱର ଯାଏଁ ଅଣାଯାଇଥିଲା |

ଭୁବନେଶ୍ୱର ଷ୍ଟେସନରେ ଅତିରିକ୍ତ ବଗି ସଂଯୋଗ ପରେ ଏହି ଯାତ୍ରୀମାନେ ହାଓଡ଼ା ଅଭିମୁଖେ ଯାଇଥିଲେ | ସୂଚନା ଥାଉ କି ହଟ ଏକସେଲରେ ସମସ୍ୟା ଥିଲେ ଟ୍ରେନ ଲାଇନଚ୍ୟୁତ ହେବାର ଆଶଙ୍କା ଦେଖାଦେଇଥାଏ |

ସମ୍ବନ୍ଧିତ ଖବର