କଟକ : ପୂର୍ବତଟ ରେଳବାଇରୁ ଟେଣ୍ଡର ହାସଲ କରି ନୂଆଦିଲ୍ଲୀରେ ଓଡ଼ିଶା ଅତିଥି ଭବନ ନିର୍ମାଣ କରୁଥିବା ଠିକାଦାରୀ ସଂସ୍ଥା ମହିମା ଇଂଜିନିୟରିଂ ସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀ ଓ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ପୂର୍ବତଟ ରେଳପଥକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ନୂଆଦିଲ୍ଲୀରେ ଓଡ଼ିଶା ଅତିଥି ଭବନ ନିର୍ମାଣ କରିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଟେଣ୍ଡର ଆହ୍ଵାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ମହିମା ଇଂଜିନିୟରିଂ ସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ ସଂସ୍ଥାକୁ ଏହି କାମ ପାଇଁ ଚୟନ କରାଯାଇଥିଲା। କାମ ମଧ୍ୟ ଭାଗରେ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ମାଣ କାମ ବନ୍ଦ କରିଥିଲା। ଏପରି ପରିସ୍ଥିିତିରେ ଅତିଥି ଭବନ ନିର୍ମାଣ କାମ ଶେଷ କରିବା ପାଇଁ ୨୦୧୯, ମାର୍ଚ୍ଚ ମାସ ୩୧ତାରିଖ ପର୍ଯ୍ୟନ୍ତ ଅବଧି ପ୍ରଦାନ କରାଯାଉ ବୋଲି ରେଳବିଭାଗକୁ ଆବେଦନକାରୀ ଅନୁରୋଧ କରିଥିଲେ। ମାତ୍ର ରେଳବାଇ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ ନକରିବାରୁ ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp