ବାରିପଦାରେ ରେଳ ଐତିହ୍ୟ ସଂଗ୍ରହାଳୟ ଉଦ୍‌ଘାଟିତ

ବାରିପଦା : ବାରିପଦାରେ ଉଦ୍‌ଘାଟିତ ହୋଇଛି ରେଳ ଐତିହ୍ୟ ସଂଗ୍ରହାଳୟ। କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡ଼ୁ ବୁଧବାର ଦିନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ସଂଗ୍ରହାଳୟ ମୟୂରଭଞ୍ଜରେ ରେଳସେବାର ଗୌରବମୟ ଇତିହାସ ବଖାଣିବ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ।

ଯେତେବେଳେ ଅଧିକାଂଶ ଓଡ଼ିଶାବାସୀ ରେଳଗାଡ଼ି ଦେଖିନଥିଲେ ସେତେବେଳେ ମୟୂରଭଞ୍ଜର ତତ୍କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରଥମ କରି ନିଜ ରାଜ୍ୟରେ ବାଷ୍ପଚଳିତ ଇଞ୍ଜିନ ଟ୍ରେନ୍‌ ସେବା ଆରମ୍ଭ କରିଥିଲେ। ୧୯୦୩ ମସିହାରେ ବାରିପଦାରୁ ରୁପ୍‌ସା ଓ ୧୯୦୫ ମସିହାରେ ରୁପ୍‌ସାରୁ ବାଙ୍ଗିରିପୋଷି ତାଳବନ୍ଧ ପର୍ଯ୍ୟନ୍ତ ଗଡ଼ିଥିଲା ଟ୍ରେନ୍‌। ଓଡ଼ିଶା ରେଳ ଇତିହାସର ଏହି ସ୍ବର୍ଣ୍ଣିମ ସ୍ମାରକୀ ଓ ଐତିହ୍ୟକୁ ପରପିଢ଼ି ଲାଗି ସାଇତି ରଖିବାକୁ ବାରିପଦା ରେଳ ଷ୍ଟେସନ୍‌ ପରିସରରେ ଏହି ସଂଗ୍ରହାଳୟର ଶୁଭାରମ୍ଭ ହେଇଛି। ରାଜ୍ୟର ସର୍ବପୁରାତନ ରେଳଗାଡ଼ି, ବାଷ୍ପଚାଳିତ ଇଞ୍ଜିନ, ରେଳ ଡବା, ରେଳ ଟ୍ରାକ୍‌ ତଥା ଅନ୍ୟାନ୍ୟ ସରଞ୍ଜାମକୁ ଏଠାରେ ସଜେଇ ରଖାଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଖଡ଼ଗପୁର ମଣ୍ଡଳ ରେଳ ପ୍ରବନ୍ଧକ ଏମ୍‌. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର