ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସହ ସଫେଇ କର୍ମଚାରୀ ରାଷ୍ଟ୍ରୀୟ ଆୟୁକ୍ତଙ୍କ ଆଲୋଚନା

ଭୁବନେଶ୍ବର : ସଫେଇ କର୍ମଚାରୀ ରାଷ୍ଟ୍ରୀୟ ଆୟୁକ୍ତ ମନହର ଭାଲଜୀ ଭାଇ ଜାଲା ଆଜି ପୂର୍ବତଟ ରେଳପଥ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ସହ ରେଳପଥରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ଓ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲେ। ରେଳବାଇ ବୋର୍ଡ କାର୍ଯ୍ୟନିର୍ବାହୀ ନିର୍ଦେଶକ(ଔଦ୍ୟୋଗିକ ସମ୍ପର୍କ) ଆଲୋକ କୁମାରଙ୍କ ସହ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଭାଗ ନେଇଥିଲେ। ରାଷ୍ଟ୍ରୀୟ ସଫେଇ କର୍ମଚାରୀ କମିସନ୍‌ର ସମ୍ପାଦକ ନରାଇନ ଦାସ, ପରାମର୍ଶଦାତା ପୁରାଣ ସିଂହ, ସଚିବ ମହେନ୍ଦ୍ର ପ୍ରତାପ ପ୍ରମୁଖ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ସହିତ ଆଲୋଚନାରେ ଭାଗ ନେଇଥିଲେ। ପୂର୍ବରୁ ଶ୍ରୀ ଜାଲା ପୂର୍ବତଟ ରେଳପଥ ସର୍ବଭାରତୀୟ ଓବିସି ସଂଘ ଓ ଅନୁସୂଚିତ ଜାତି ଓ ଜନଜାତି ସଂଘ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କ‌ରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର