ଭୁବନେଶ୍ବର : କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରବିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ ଏବଂ ‘ବଜେଟ୍-୨୦୨୨’ ପ୍ରସଙ୍ଗରେ ଦେଶବାସୀଙ୍କୁ ବିସ୍ତୃତ ତଥ୍ୟ ଜଣାଇବାକୁ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହି କ୍ରମରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ବୈଷ୍ଣବ ରବିବାର ମଧ୍ୟାହ୍ନ ୧୨ଟା ୫ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏବଂ ଅପରାହ୍ନ ୪ଟାରେ କଟକସ୍ଥିତ ଶାରଳା ଭବନରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
/sambad/media/post_attachments/wp-content/uploads/2022/02/railway-minister-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)