ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆଜିଠାରୁ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି। ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେ ପୁରୀ ଅଭିମୁଖେ ଗସ୍ତ କରିଛନ୍ତି। ପୁରୀରେ ରେଲୱେ ଷ୍ଟେସନର ଉନ୍ନତିମୂଳକ କାମର ତଦାରଖ କରିଛନ୍ତି। ପୁରୀ ରେଳ ଷ୍ଟେସନରେ ରେଳ ଯାତ୍ରୀଙ୍କ ଭଲ ମନ୍ଦ ବୁଝିଛନ୍ତି। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପାଇଁ ୮୫୦ ପାଖାପାଖି ସ୍ଵତନ୍ତ୍ର ଟ୍ରେନ ଆସୁଛି ଏବଂ ୨୦ହାଜର ଲୋକଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତାକାଲି (ମଙ୍ଗଳବାର) ବାହାନାଗା ଯିବେ। ସେଠାରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ ଓ ମାଲଗାଡ଼ି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ସେମାନଙ୍କୁ ଦେଖା କରିବେ।
ସୂଚନାଯୋଗ୍ୟ ବାହାନଗା ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବା କାରଣୁ ୨୯୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ୧ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶତାଧିକ ଗୁରୁତର ଥିଲେ। ଏହି ଦୁର୍ଘଟଣାକୁ ୧୭ ଦିନ ବିତି ଯାଇଥିଲେ ବି ଏବେବି କିଛି ଯାତ୍ରୀଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/74c50ecc-7948-4afb-831e-f313150d439b-1.jpg)