ରେଳ ଚଳାଚଳ ସ୍ୱାଭାବିକ ହେବାରେ ଲାଗିଛି: ରେଳମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଥିଲା ଯାତ୍ରୀବାହୀ ଟ୍ରେନ୍। ଏଣେ ଦୁର୍ଘଟଣାସ୍ଥଳରେ ଅପ ଓ ଡାଉନ୍ ଲାଇନ୍ ମରାମତି କାମ ସରିଥିବାରୁ ଏହି ବାଟ ଦେଇ ଯାଉଥିବା କେବଳ ଦୁଇଟି ଟ୍ରେନକୁ ବାଦ୍ ଦେଇ ବାକି ସବୁ ଟ୍ରେନ୍ ସ୍ବାଭାବିକ ଭାବେ ଚଳାଚଳ କରୁଛି। ଆଜି ରେଳ ସଦନରେ କେନ୍ଦ୍ର ରେଳ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମଧ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି | ସମୀକ୍ଷା ବୈଠକ ପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି |

ଏବେ ଧିରେ ଧିରେ ରେଳ ଚଳାଚଳ ସ୍ୱାଭାବିକ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ୬୦ରୁ ୭୦ଟି ଟ୍ରେନ ସେଇ ରାସ୍ତା ଦେଇ ଯିବା ଆରମ୍ଭ କଲାଣି । ଟ୍ରେନ ଦୁର୍ଘଟଣାରେ ଶିକାର ହୋଇଥିବା ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବ୍ୟକ୍ତିଙ୍କୁ ଘରକୁ ଯାଇ ଭେଟିବା ସହିତ ରେଳ ବିଭାଗ ପକ୍ଷରୁ ସମବେଦନା ଜଣାଯାଉଛି । ଯେଉଁମାନେ ସମ୍ପର୍କୀୟଙ୍କୁ ଖୋଜି ଖୋଜି ଆସୁଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ସରକାରୀ ଵ୍ୟଵସ୍ଥା ସହିତ ଫେରିଯିବାର ସମସ୍ତ ଆୟୋଜନ କରାଯାଉଛି । କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ରେଳ ବିଭାଗ ଏହି ପ୍ରୟାସ ଜାରି ରଖିବ |

ସମ୍ବନ୍ଧିତ ଖବର