ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କଲେ ରେଳ ମନ୍ତ୍ରୀ, ଯାତ୍ରୀଙ୍କୁ ସ୍ୱଚ୍ଛତା ବିଷୟରେ ପଚାରି ବୁଝିଲେ

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ସେ ରାୟଗଡ଼ା ଯିବା ସମୟରେ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳ କର୍ମଚାରୀ, ଯାତ୍ରୀ, ବହି ବିକାଳି ଏବଂ କୁଲିଙ୍କ ସହ କଥା ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍‌ର ୬ଟି ପ୍ଲାଟଫର୍ମ ବୁଲିବା ସହ ଯାତ୍ରୀମାନଙ୍କୁ ସ୍ୱଚ୍ଛତା ବିଷୟ ପଚାରି ବୁଝିଛନ୍ତି।

ସୂଚନାଯୋଗ୍ୟ ଦିଲ୍ଲୀରୁ ଏକ ଟିମ ଓଡିଶା ଆସିଛନ୍ତି। ରାଜ୍ୟର କେଉଁ ଷ୍ଟେସନ ପାଇଁ କ’ଣ ଆବଶ୍ୟକତା ଅଛି ତାହା ଦେଖି ଏହି ଟିମ୍‌ ରିପୋର୍ଟ ଦାଖଲ କରିବେ। ଏହାପରେ ଆବଶ୍ୟକତା ଅନୁଯାୟୀ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ସମ୍ବନ୍ଧିତ ଖବର