ରେଳମନ୍ତ୍ରୀଙ୍କ ଘନ ଘନ ସମୀକ୍ଷା, ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

କୋରାପୁଟ: ଦୁଇ ଦିନ ଧରି କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗତକାଲି ରାୟଗଡା ଓ କୋରାପୁଟ ଦକ୍ଷତା ବିକାଶ କେନ୍ଦ୍ରରେ ସମୀକ୍ଷା କରିଥିବାବେଳେ ଆଜି ସକାଳୁ ସର୍କିଟ ହାଉସରେ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର, ୱାଲଟିୟର ଡିଆରଏମ ଅନୁପ କୁମାର ଶତପଥୀଙ୍କ ସହ ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜି ପୁଣି ସକାଳୁ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି, ଥେରୁବାଲି-ଗୁଣୁପୁର ସହ ଦୋହରୀକରଣ ଓ ତିନିଥାକିଆ ରେଳଲାଇନ ସମ୍ପର୍କରେ ଆଲୋଚନା କରାଯାଇଛି। ଏହାସହ କୋରାପୁଟ-ରାୟଗଡା, କିରଣ୍ଡୁଲୁ, ବିଶାଖାପାଟଣା-କିରଣ୍ଡୁଲୁ ରେଳ ଲାଇନର ସମୀକ୍ଷା କରାଯାଇଛି।

‌ତେବେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ, ଅର୍ଥ ବ୍ୟୟବରାଦ ଓ କାର୍ଯ୍ୟାରମ୍ଭ ନେଇ ସମୀକ୍ଷା କରାଯାଇଛି। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏନେଇ ପଦକ୍ଷେପ ନେବାକୁ କୁହାଯାଇଛି। ତୁରନ୍ତ କାର୍ଯ୍ୟ କରାଯିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଗତକାଲି ଲୋକେ ଦେଇଥିବା ବିଭିନ୍ନ ଅଭିଯୋଗର ଆଜି ସମୀକ୍ଷା କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର